Latest Odisha News

କଟକ-ଭୁବନେଶ୍ୱରରେ ଜାନୁଆରୀରୁ ଏପର୍ଯ୍ୟନ୍ତ ୨୨୫୯ ଲିଟର ବିଦେଶୀ ମଦ ଓ ୧୧ ହଜାର ୩୦୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ କଟକ ଓ ଭୁବନେଶ୍ୱରରେ ବେଆଇନ ମଦ ଓ ନିଶା ଦ୍ରବ୍ୟ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ୨୨୫୯ ଲିଟର ବିଦେଶୀ ମଦ ଓ ୧୧ ହଜାର ୩୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାବ୍ୟତୀତ ମଦ ଚୋରା ଚାଲାଣରେ ସମ୍ପୃକ୍ତ ୬୪୫ ଜଣଙ୍କୁ ପୁଲିସ ଗିରଫ କରିବା ସହ କେବଳ ଭୁବନେଶ୍ୱରରେ ୨୫୮ଟି ଅବକାରୀ ମାମଲା ଚିହ୍ନଟ କରିଛି।

ପୁଲିସର ଉଦ୍ୟମରେ ୧୧୭୫ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୮୧ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ପୁଲିସ କମିସନର ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରରେ ୪୩୮ ଜଣ ଓ କଟକରେ ୪୨୯ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।

ଏଥିସହ ୧୧ଟି ବନ୍ଧୁକ ଓ ୨୪ଟି ଜୀବନ୍ତ ଗୁଳି ଜବତ ହୋଇଛି । ସ୍ଥାନୀୟ ଥାନାରେ ୧୫୦୪ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଆତ୍ମସମର୍ପଣ କରାଯାଇଛି।

ପୁଲିସ ସିଆରପିସିର ଧାରା ୧୦ ଅନୁଯାୟୀ ୩୦୩ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ୧୭୭ ଜଣଙ୍କୁ ଗିରଫ କରିଛି।

ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଭୁବନେଶ୍ୱରରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ର ଏକ ୟୁନିଟ୍ ମୁତୟନ କରାଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ମିଳିତ ଫ୍ଲାଗ ଶୋଭାଯାତ୍ରା କରାଯାଉଛି।

Comments are closed.