ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଖୁସୁଛି କରୋନା ମିଟର । ତଳମୁହାଁ ହୋଇଛି କରୋନା ଗ୍ରାଫ । ଲଗାତର ୪ ଦିନ ଧରି ରାଜ୍ୟରେ ୩ ହଜାରରୁ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ୨୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୯୫୭ ହେଉଛି ଲୋକାଲ୍ କେସ୍।
ଦୀର୍ଘ ଦିନ ଧରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ୭ଶହରୁ ୮ଶହ ଚିହ୍ନଟ ହେଉଥିବା ବେଳେ ଏବେ ଏହା ୫ଶହ ତଳକୁ ଖସି ଆସିଛି । ଆଜି ଜିଲ୍ଲାରୁ ୩୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଆଶ୍ୱସ୍ତିକର ଖବର।
6. Boudh: 21
7. Cuttack: 144
8. Deogarh: 15
9. Dhenkanal: 27
10. Gajapati: 6
11. Ganjam: 36
12. Jagatsinghpur: 55
13. Jajpur: 82
14. Jharsuguda: 100
15. Kalahandi: 64
16. Kandhamal: 50
17. Kendrapada: 68
18. Keonjhar: 37
19. Khurda: 364
20. Koraput: 39
21. Malkangiri: 53— I & PR Department, Odisha (@IPR_Odisha) October 13, 2020
ସେହିପରି ଅନୁଗୁଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲାରୁ ୧୩୬ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୧ଜଣ, ବରଗଡ଼ ଜିଲ୍ଲାରୁ ୬୪ଜଣ, ଭଦ୍ରକ ଜିଲ୍ଲାରୁ ୫୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୭ଜଣ, ବୌଦ୍ଧ ଜିଲ୍ଲାରୁ ୨୧ଜଣ, କଟକ ଜିଲ୍ଲାରୁ ୧୪୪ଜଣ, ଦେଓଗଡ଼ ଜିଲ୍ଲା ୧୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୭ଜଣ, ଗଜପତି ଜିଲ୍ଲାରୁ ୬ଜଣ, ଗଞ୍ଜାମ ଜିଲ୍ଲାରୁ ୩୬ଜଣ, ଜଗତସିଂହପୁର ଜିଲ୍ଲାରୁ ୩୬ଜଣ, ଜଗତସିଂହପୁର ଜିଲ୍ଲାରୁ ୫୫ଜଣ, ଯାଜପୁର ଜିଲ୍ଲାରୁ ୮୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦୦ଜଣ, କଳାହାଣ୍ଡି ଜିଲ୍ଲା ୬୪ଜଣ, କନ୍ଧମାଳ ଜିଲ୍ଲାରୁ ୫୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୮ଜଣ, କେନ୍ଦୁଝର ଜିଲ୍ଲାରୁ ୩୭ଜଣ, କୋରାପୁଟ ଜିଲ୍ଲାରୁ ୩୯ଜଣ, ମାଲକାନଗିରି ଜିଲ୍ଲାରୁ ୫୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୯ଜଣ, ନୟାଗଡ଼ ଜିଲ୍ଲାରୁ ୩୧ଜଣ, ନୂଆପଡ଼ା ଜିଲ୍ଲାରୁ ୬୯ଜଣ, ପୁରୀ ଜିଲ୍ଲାରୁ ୭୧ଜଣ, ରାୟଗଡ଼ା ଜିଲ୍ଲାରୁ ୩୩ଜଣ, ସମ୍ବଲପୁର ଜିଲ୍ଲାରୁ ୫୬ଜଣ, ସୋନପୁର ଜିଲ୍ଲାରୁ ୫୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୦ଜଣ, ଷ୍ଟେଟ ପୁଲ୍ରୁ ୬୭ଜଣ ରହିଛନ୍ତି ।
22. Mayurbhanj: 110
23. Nawarangpur: 39
24. Nayagarh: 31
25. Nuapada: 69
26. Puri: 71
27. Rayagada: 33
28. Sambalpur: 56
29. Sonepur: 50
30. Sundargarh: 150
31. State Pool: 67New Recoveries: 2577
Cumulative Tested: 3836825
Positive: 256937
Recovered: 230192
Active Cases: 25635— I & PR Department, Odisha (@IPR_Odisha) October 13, 2020
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୫୬୯୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୫୬୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୩୦୧୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Comments are closed.