Latest Odisha News

BREAKING NEWS

ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର: ଜୀବନ ନେଉଛି ମହାମାରୀ । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୦ଟି ଜିଲ୍ଲାର ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ୧୫ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଅଛନ୍ତି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧ ହଜାର ୫୭କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ସେହିପରି ଭୁବନେଶ୍ୱରରୁ କରୋନାରେ ଆଉ ୩ଜଣଙ୍କର ମୃତ୍ୟୁ ହୋଇଛି । ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି ।

ସେହିପରି ସମ୍ୱଲପୁର, ବଲାଙ୍ଗିର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.