Latest Odisha News

BREAKING NEWS

କରୋନାଭାଇରସ କବଳରେ ଓଡ଼ିଶାର ୨୩ ଜିଲ୍ଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳରେ ଦୁଇ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏପରିକି ଜିଲ୍ଲାରେ ଏହା ପ୍ରଥମ ମାମଲା ହୋଇଥିଲା ବେଳେ ସମସ୍ତ ଆକ୍ରାନ୍ତ ତାମିଲନାଡୁ ଫେରନ୍ତା।

ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁଯାୟୀ, ଏହି ଦୁଇଟି ମାମଲା କ୍ୱାରେନଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଛି।

ଏହାକୁ ମିଶାଇ ଓଡିଶାର ୩୦ଟି ଜିଲ୍ଲା ମଧ୍ୟରୁ ୨୩ ଜିଲ୍ଲାକୁ କରୋନାଭାଇରସ ବ୍ୟାପିଛି। ବର୍ତ୍ତମାନ ସମୟରେ ରାଜ୍ୟରେ ଏହି ସଂଖ୍ୟା ୮୭୬ ଛୁଇଁଛି।

ତେବେ ରାୟଗଡା, ଗଜପତି, ମାଲକାନଗିରି, ବରଗଡ, ସୋନପୁର ନବରଙ୍ଗପୁର ଏବଂ ନୁଆପଡା ଜିଲ୍ଲାରେ ଏଯାଏଁ କୌଣସି ମାମଲା ଚିହ୍ନଟ ହୋଇନଥିବା ସୁତ୍ରରୁ ପ୍ରକାଶ।

Comments are closed.