Latest Odisha News

Nepal Violence: ନେପାଳରେ ଫସିଛନ୍ତି ୨୩ ଓଡିଆ ପର୍ଯ୍ୟଟକ

ଭୁବନେଶ୍ୱର: ଗତ କିଛି ଦିନ ଧରି ନେପାଳରେ ଚାଲିଥିବା ହିଂସା ଏବେ ଟିକେ ଶାନ୍ତ ହେଉଛି । ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ବିରୋଧରେ ଜେନ-ଜେଡ୍ ଯୁବପିଢ଼ିଙ୍କ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଏବେ ବି ନେପାଳରେ ଫସିଛନ୍ତି ୨୩ ଜଣ ଓଡିଆ ପର୍ଯ୍ୟଟକ। ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇ ଫସିଛନ୍ତି ୨୩ ଜଣ ଓଡିଆ। ସମସ୍ତେ ଯାଜପୁର ମାଲଆନନ୍ଦପୁର ପଞ୍ଚାୟତର ବୋଲି ଜଣାପଡିଛି।

ଦୁଇ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକି ରହିଛନ୍ତି। ତେବେ ଆଜି ସେମାନେ ଭାରତ ଫେରୁଥିବା ସୂଚନା ମିଳିଛି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ନେପାଳରୁ ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ପଶୁପତିନାଥ ଦର୍ଶନ ସହ ଆଉ କିଛି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯାଇଥିଲେ ସମସ୍ତେ। ଟ୍ରାଭେଲ୍‌ ସଂସ୍ଥା ଫେରାର ହୋଇ ଯାଇଥିବାରୁ ୨ ଦିନ ହେଲା କାଠମାଣ୍ଡୁର ଏକ ହୋଟେଲରେ ଫସି ରହିଛନ୍ତି। ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସେପଟେ ଗତକାଲି ମଧ୍ଯ ୩ ଓଡିଆ ନେପାଳରେ ଫସିଥିବା ଖବର ମିଳିଥିଲା। କାଠମାଣ୍ଡୁରେ କୁହୁଳୁଥିବା ବିଦ୍ରୋହର ନିଆଁ ଏବଂ ହିଂସା ପରି ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଓଡିଶାର ୩ ଜଣ ଯୁବକ ଫସିଥିବା ଖବର ଆସିଥିଲା। ୩ ଯୁବକ ଭୁବନେଶ୍ବରର, ସେମାନେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଯାଇଥିଲେ। ମାତ୍ର ହିଂସା ପାଇଁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଥିବା ବେଳେ ସେମାନେ ହିମାଳୟା ହୋଟେଲରେ ରହିଛନ୍ତି।

Comments are closed.