କାନାଡ଼ା: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏବେ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ । ଏପରି ସ୍ଥିତିରେ କାନାଡ଼ାର ଜଣେ ଯୁବକ ପରିବେଶ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଛନ୍ତି । ସେ ୨୪ ଘଣ୍ଟାରେ ୨୩ ହଜାର ଚାରା ରୋପଣ କରି ବିଶ୍ୱ ରେକର୍ଡ଼ କରିବା ସହ ଚର୍ଚ୍ଚାକୁ ଆସିଛନ୍ତି ।
୨୪ ବର୍ଷୀୟ ଆଣ୍ଟୋନି ମୋସେସ୍ କାନାଡାର ଆଲବର୍ଟାର ଲାକ୍ରିଟି ଅଞ୍ଚଳରେ ରୁହନ୍ତି । ସେ ୨୦୨୧ ମସିହା ଜୁଲାଇ ୧୭ ତାରିଖରେ ୨୩,୦୬୦ଟି ଗଛ ଲଗାଇ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିଥିଲେ । ସେହିପରି ଏହା ପୂର୍ବରୁ ଅର୍ଥାତ୍ ୨୦୦୧ ମସିହାରେ ୧୫,୧୭୦ ଗଛ ଲଗାଇ ରେକର୍ଡ କରିଥିଲେ । ଗୋଟିଏ ବର୍ଷ ମଧ୍ୟରେ ମୋସେସ୍ କାନାଡାରେ ୧.୩ ମିଲିୟନ୍ରୁ ଊର୍ଦ୍ଧ୍ୱ ଗଛର ଚାରା ରୋପଣ କରିଛନ୍ତି । ଗିନିଜ୍ ରେକର୍ଡ ସୋସିଆଲ ମିଡିଆରେ ମୋସେସ୍ ଗଛ ଲଗାଉଥିବାର ଏକ ଭିଡିଓ ସେୟାର କରାଯାଇଛି ।
ମୋସେସ୍ କୁହନ୍ତି, ଆମେ ସୁରକ୍ଷିତ ରହିବାକୁ ହେଲେ ପ୍ରକୃତିକୁ ସୁରକ୍ଷିତ ରଖିବାକୁ ପଡ଼ିବ । ତେଣୁ ଦିନକୁ ମୁଁ ୯ ଘଣ୍ଟା ସମୟ ଗଛ ଲଗାଇବାରେ ଦେଇଥାଏ । ପ୍ରତ୍ୟେକ ଲୋକ ବର୍ଷକୁ ଗୋଟିଏ ହେଉ ପଛେ ଗଛ ଲଗାଇବା ଉଚିତ୍ ।
Comments are closed.