Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଲିୟାର୍ଡ୍ସ ଦୁନିଆର ବାଦଶାହା ପଙ୍କଜ ଆଡଭାନୀ ଓ ସାନିଆ

ନୂଆଦିଲ୍ଲୀ: ବିଲିୟାର୍ଡ୍ସ ଓ ସ୍ନୁକର ଦୁନିଆର ବାଦଶାହା ଭାବେ ପରିଚିତ ଭାରତର ପଙ୍କଜ ଆଡଭାନୀ ମେକଅପ ଆର୍ଟିଷ୍ଟ ସାନିଆ ଶରଦପୁରୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଛନ୍ତି । ବୁଧବାର ସେମାନେ ବିବାହ କରିଥିବା ବେଳେ ଗୁରୁବାର ପଙ୍କଜ ସୋସିଆଲ ସାଇଟରେ ପ୍ରଶଂସକଙ୍କୁ ଏହା ଜଣାଇଥିଲେ । ସେ ସାନିଆଙ୍କ ସହ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି ଯାହା କି ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି ।

BjdElectrycity

୩୫ ବର୍ଷୀୟ ପଙ୍କଜ ୨୩ଥର ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ଏଥିପାଇଁ ସେ ଅର୍ଜୁନ ପୁରସ୍କାର, ପଦ୍ମଭୂଷଣ, ପଦ୍ମଶ୍ରୀ ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ମଧ୍ୟ ହାସଲ କରିଛନ୍ତି । ଅପରପକ୍ଷରେ ସାନିଆ ଜଣେ ସେଲିବ୍ରେଟି ମେକଆପ ଆର୍ଟିଷ୍ଟ ।

Leave A Reply

Your email address will not be published.