Latest Odisha News

BREAKING NEWS

ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳନ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଭିତରେ ପାଳିତ ହେବ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ । ଜାନୁଆରୀ ୨୬ ରେ ସକାଳ ସାଢେ ୮ଟାରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ସଂଖ୍ୟକ ଅତିଥି ଓ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୀମିତ ସଂଖ୍ୟାରେ କୋଭିଡ ଯୋଦ୍ଧାମାନେ ଉପସ୍ଥିତ ରହିବେ । ଲୋକମାନଙ୍କୁ ଘରେ ରହି ଟିଭିରେ ଏହାର ସିଧାପ୍ରସାରଣ ଦେଖିବାକୁ ଅନୁରୋଧ କରାଯାଇଛି ।

ଏଠାରେ ଯୋଗ ଦେବାକୁ ଆସୁଥିବା ଲୋକଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

Leave A Reply

Your email address will not be published.