ଜଗତସିଂହପୁର: ୧୯୯୯ ମହାବାତ୍ୟାକୁ ପୂରିଯାଇଛି ୨୩ ବର୍ଷ l ଆଜି ବି ସେ ଦୃଶ୍ୟକୁ ମନରୁ ଭୁଲି ନାହାନ୍ତି ଷଣ୍ଢକୁଦ ବାସୀ l ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଓ ପାରାଦ୍ଵୀପ ରେ ଲ୍ୟାଣ୍ଡଫଲ କରିଥିଲା ମହାବାତ୍ୟା। ଅବିଶ୍ରାନ୍ତ ବର୍ଷା, ୩୦୦ କିମି ରୁ ଉର୍ଦ୍ଧ୍ବ ବେଗରେ ପବନ ସାଙ୍ଗକୁ ସ୍ଥଳ ଭାଗକୁ ମାଡ଼ି ଆସିଥିଲା ଅଶାନ୍ତ ସମୁଦ୍ର। ଆଉ କ୍ଷଣକରେ ଉଜାଡି ଦେଇଥିଲା ଉପକୂଳବର୍ତ୍ତୀ ଲୋକଙ୍କ ସଂସାର। ଦିନ ଚାଲି ଯାଇଛି କିନ୍ତୁ ସେଦିନର ପ୍ରକୃତି ର କରାଳ ରୁପକୁ ଭୁଲି ପାରୁନାହାନ୍ତି ଉପକୂଳ ଅଞ୍ଚଳର ତଳିଆ ବସ୍ତି ବାସିନ୍ଦା l
ସମୁଦ୍ର ଢେ଼ଉ ମାଡ଼ରେ ଗୋଟିଏ ଘରେ ଆଶ୍ରୟ ନେଇଥିବା ନିଜର ଦୁଇ ପୁଅ ଓ ସ୍ତ୍ରୀ ସହିତ ୧୭ ଜଣ ପଡୋଶୀ ଙ୍କୁ ହରାଇଥିବା ଷଣ୍ଢକୁଦ ବସ୍ତିର ଅକ୍ଷୟ କୁମାର ବେହେରା ବାତ୍ୟା ସହିତ ସଂଘର୍ଷ କରିଥିବା ବଖାଣିଛନ୍ତି ନିଜର ଦୁଃଖ ।ବଦଳିଛି ଗାଁର ଚିତ୍ର ଏରସମା, ବାଲିକୁଦା ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଝାଉଁ ଗଛ ଲଗାଯାଇ ଥିବା ବେଳେ ଜଙ୍ଗଲ ସୃଷ୍ଟି କରିବାପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଷଣ୍ଢକୁଦ ଚତୁପାର୍ଶ୍ବ ରେ ରାସ୍ତା ଠାରୁ ଆରମ୍ଭ କରି ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ହୋଇଛି, ବିଜ୍ଞାନ ମଧ୍ୟ ଆଜି ବାତ୍ୟା ର ଚିତ୍ର କୁ ପୂର୍ବାନୁମାନ କରିବା ସହିତ ଲୋକ ପୂର୍ବରୁ ସତର୍କ ହୋଇ ବାତ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହୁଛନ୍ତି l
ପ୍ରଶାସନ ମଧ୍ୟ ସଜାଗ ରହିବା ସହିତ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରୁଛି । କିନ୍ତୁ ସେଦିନର ସେହି ମହାବାତ୍ୟା ସମୟରେ ନିଜ ପିଲାଛୁଆଙ୍କୁ ସୁରକ୍ଷିତ ସ୍ଥାନକୁ ନେବାପାଇଁ ଜୀବନକୁ ବାଜି ଲଗାଇଥିବା ଷଣ୍ଢକୁଦ ବସ୍ତିର ଶୁକାନ୍ତ ବେହେରା , ଏବେବି ବାତ୍ୟା କଥା ଶୁଣିଲେ ଭୟଭୀତ ହୋଇପଡନ୍ତି।
Comments are closed.