Latest Odisha News

BREAKING NEWS

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୩୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା କାୟା ଧୀରେ ଧୀରେ କମୁଛି । ସୁସ୍ଥ ହାର ବଢୁଛି । ଆଜି ରାଜ୍ୟରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୨ହଜାର ୩୭୭ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୨୦୪, ବାଲେଶ୍ୱରରୁ ୧୬୨, ମୟୂରଭଞ୍ଜରୁ ୧୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିପରି କଟକ ଜିଲ୍ଲାରୁ ୧୨୨ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୯, ଯାଜପୁର ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି ୧୦୭ ଜଣ । ବାକି ସବୁ ଜିଲ୍ଲାରୁ ଶହେରୁ କମ୍ ଲେଖାଏ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି । ସୁସ୍ଥ ହାର ରହିଛି ୯୩.୩୫ % । ଆକ୍ଟିଭ୍ କେସ୍ ୧୭ ହଜାର ୨୦୨କୁ ଖସିଛି । ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ମୋଟ୍ ୨ଲକ୍ଷ ୭୭ ହଜାର ୮୮୭ ଜଣ । ୧୨ ଶହ ୧୪ ଜୀବନ ନେଇଛି ମହାମାରୀ ।

Leave A Reply

Your email address will not be published.