ନୂଆଦିଲ୍ଲୀ: ଲକ ଡାଉନ ବେଳେ ମିଳିବ ୨୪ ଘଂଟିଆ ବିଜୁଳି ସେବା । ଏଥିପାଇଁ ଶକ୍ତି ବିଭାଗ ପ୍ରତିଶୃତି ବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍.କେ ସିଂହ କହିଛନ୍ତି । ମହାମାରୀ କରୋନା ସମୟରେ ଗ୍ରାହକ ଏବଂ ପ୍ରତିଷ୍ଠାନକୁ ୨୪ ଘଂଟିଆ ବିଜୁଳି ସେବା ଯୋଗାଇଦେବା ପାଇଁ ବିଦ୍ୟୁତ୍ କ୍ଷେତ୍ରର ଉତ୍ପାଦନ, ପ୍ରସାରଣ, ବଣ୍ଟନ ଏବଂ ସିଷ୍ଟମ୍ ଅପରେସନ୍ର ସମସ୍ତ କର୍ମଜୀବୀ ଦିନରାତି କାମ କରୁଛନ୍ତି ।
ବିଦ୍ୟୁତ୍ ଉତ୍ପାଦନର ପ୍ରାୟ ୭୦% କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଆସିଥାଏ ଜ୍ଝ ଘରୋଇ କୋଇଲା କମ୍ପାନୀ ଦ୍ୱାରା କୋଇଲା ଯୋଗାଣ ଏବଂ ରେଳପଥ ଦ୍ୱାରା ପରିବହନ ବଜାୟ ରଖିବା ପାଇଁ ମନ୍ତ୍ରାଳୟ ରେଳ ଓ କୋଇଲା ମନ୍ତ୍ରାଳୟ ସହ ଯୋଗାଯୋଗ କରୁଛି ।
ଲକ ଡାଉନ୍ ହେତୁ ଗ୍ରାହକମାନେ ବିତରଣ କମ୍ପାନୀ (ଡିସକମ୍) କୁ ସେମାନଙ୍କର ଦେୟ ଦେବାକୁ ଅସମର୍ଥ । ଏଭଳି ସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଆର.କେ. ସିଂହ ଗୁରୁତ୍ୱପୂର୍ଣ୍ଣ ରିଲିଫ୍ ପଦକ୍ଷେପକୁ ଅନୁମୋଦନ କରିଛନ୍ତି।
ବର୍ତ୍ତମାନ ସ୍ଥିତିରେ କମ୍ପାନୀ ଗୁଡିକର ବକେୟା ଥିଲେ ମଧ୍ୟ ସିପିଏସୟୁ ଜେନେରେସନ୍ ଏବଂ ଟ୍ରାନ୍ସମିସନ୍ କମ୍ପାନୀଗୁଡିକ ବିଦ୍ୟୁତ୍ ଯୋଗାଣ ତଥା ପ୍ରସାରଣ ଜାରି ରଖିବେ । ବର୍ତ୍ତମାନର ଜରୁରୀକାଳୀନ ପରିସ୍ଥିତିରେ କୌଣସି ସଂସ୍ଥା ତଥା କମ୍ପାନୀକୁ ବିଦ୍ୟୁତ ଯୋଗାଣରେ ପ୍ରତିବନ୍ଧକ ରହିବ ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି ।
୩୦ ଜୁନ୍ ୨୦୨୦ ପର୍ୟ୍ୟନ୍ତ ବିଦ୍ୟୁତ୍ ଯୋଗାଇବା ପାଇଁ ଉତ୍ପାଦନକାରୀ କମ୍ପାନୀଗୁଡିକ ସହିତ ବିତରଣ କମ୍ପାନୀଗୁଡିକ ଦ୍ୱାରା ରକ୍ଷଣାବେକ୍ଷଣ ଦେୟ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଶକ୍ତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

Comments are closed.