Latest Odisha News

କରୋନା କବଳରେ ଭାରତ; ଜଣେ ‘ସୁପର ସ୍ପ୍ରେଡର’ଙ୍କ ଲାଗି କ୍ୱାରେଣ୍ଟାଇନରେ ୪୦ ହଜାର ବ୍ୟକ୍ତି

ନୂଆଦିଲ୍ଲୀ: କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପଞ୍ଜାବର ୨୦ଟି ଗାଁର ପ୍ରାୟ ୪୦,୦୦୦ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି ।

ମୃତକ ଜଣକ ୭୦ ବର୍ଷୀୟ ଧର୍ମ ପ୍ରଚାରକ ଥିଲେ ଏବଂ ସେ ଏକ ଶିଖ ପର୍ବ ପରିଦର୍ଶନ ଯାଇଥିଲେ । ବିବିସି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଇଟାଲୀ ଏବଂ ଜର୍ମାନୀ ଗସ୍ତରୁ ଫେରିବା ପରେ ସେଲ୍ଫ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶକୁ ମାନିନଥିଲେ ।

ତାଙ୍କ ସଂସ୍ପର୍ଶରେ ଏତେ ସଂଖ୍ୟକ ଲୋକ ଆସିଥିଲେ ବୋଲି ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଜଣାପଡିଥିଲା ।

ତେବେ ଏହି ଘଟଣା ଦକ୍ଷିଣ କୋରିଆର ‘ପେସେଣ୍ଟ-୩୧’ ତଥା ସୁପର ସ୍ପ୍ରେଡର ଭଳି ଭାରତରେ ମଧ୍ୟ ହୋଇପାରେ ବୋଲି ଚିନ୍ତିତ ଅଛନ୍ତି ଅଧିକାରୀମାନେ ।

ତେବେ ଏଯାବତ୍ ସମ୍ପୃକ୍ତ ପ୍ରଚାରକଙ୍କ ସଂସ୍ପର୍ଶରେ ଆସି ୨୦ ଟି ଗାଁର ପ୍ରାୟ ୫୫୦ ଜଣଙ୍କୁ ସ୍କ୍ରିନ କରାଯାଇଛି। ଏହି ସଂଖ୍ୟା ବୃଦ୍ଧି ପାଇପାରେ ବିବିସି ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.