Latest Odisha News

ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ପ୍ରତି ଘଣ୍ଟାରେ ୨୪୦ ଜଣଙ୍କ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ପ୍ରତି ଘଣ୍ଟାରେ ହାରାହାରି ୨୪୦ ଜଣଙ୍କ ମୃତ୍ୟୁ ହେଉଛି। ୟୁନିସେଫ୍-ଏଚ୍ଇଆଇର ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ୨୦୧୯ ତୁଳନାରେ ଏହି ସଂଖ୍ୟା ବୃଦ୍ଧି ପାଇଛି। ୨୦୧୯ ସୁଦ୍ଧା ଭାରତରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ଘଣ୍ଟାରେ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି।

ୟୁନିସେଫ୍-ହେଲ୍ଥ ଇଫେକ୍ଟସ୍ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ଅନୁଯାୟୀ, ୨୦୨୧ ରେ ସମଗ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ୮ ନିୟୁତ ଲୋକ ପ୍ରାଣ ହରାଇଛନ୍ତି। ବାୟୁ ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ଚୀନ୍ ଓ ଭାରତରେ ପଡ଼ିଛି। ଚୀନରେ ୨୦୨୧ରେ ବାୟୁ ପ୍ରଦୂଷଣ ଯୋଗୁଁ ୨୩ ଲକ୍ଷ ଏବଂ ଭାରତରେ ୨୧ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ବାୟୁ ପ୍ରଦୂଷଣ ଦକ୍ଷିଣ ଏସିଆରେ ମୃତ୍ୟୁର ସବୁଠାରୁ ବଡ଼ କାରଣ ପାଲଟିଛି। ଏହା ପରେ ହାଇ ବିପି, ଡାଏଟ୍ ଏବଂ ତମାଖୁ ସେବନ କରାଯାଏ ।

ରିପୋର୍ଟ ଅନୁଯାୟୀ, ୨୦୨୧ରେ ଭାରତରେ ୫ ବର୍ଷରୁ କମ୍ ବୟସର ୧,୬୯,୪୦୦ ଶିଶୁ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁବରଣ କରିଛନ୍ତି, ଯାହା କି ବିଶ୍ୱରେ ସର୍ବାଧିକ। ୨୦୧୬ରେ ଭାରତରେ ଏହି ସଂଖ୍ୟା ୧,୦୧,୭୮୮ ଥିଲା। ଅର୍ଥାତ୍ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ୬୮ ହଜାର ବୃଦ୍ଧି ପାଇଛି। ବାୟୁ ପ୍ରଦୂଷଣ ଯୋଗୁଁ ଭାରତରେ ପ୍ରତି ଘଣ୍ଟାରେ ହାରାହାରି ୨୦ ଜଣ ଶିଶୁଙ୍କ ମୃତ୍ୟୁ ହେଉଛି।

ବାୟୁ ପ୍ରଦୂଷଣ ଯୋଗୁଁ ୨୦୨୧ରେ ନାଇଜେରିଆରେ ୧,୧୪,୧୦୦, ପାକିସ୍ତାନରେ ୬୮,୧୦୦, ଇଥିଓପିଆରେ ୩୧,୧୦୦ ଏବଂ ବାଂଲାଦେଶରେ ୧୯,୧୦୦ ଶିଶୁପ୍ରାଣ ହରାଇଛନ୍ତି। ଏହି ରିପୋର୍ଟରେ ଆହୁରି କୁହାଯାଇଛି- ୨୦୨୧ରେ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ସଂଖ୍ୟା ପୂର୍ବ ବର୍ଷର ଆକଳନ ତୁଳନାରେ ଅଧିକ ଥିଲା।

ଗ୍ରୀନ୍ ପିସ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଭାରତର ୯୯ ପ୍ରତିଶତରୁ ଅଧିକ ଲୋକ ଖରାପ ବାୟୁରେ ନିଶ୍ୱାସ ନେଉଛନ୍ତି। ରିପୋର୍ଟ ଅନୁଯାୟୀ, ଭାରତର ବାୟୁ ପିଏମ୍ -୨.୫ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରସ୍ତୁତ ମାନକ ଠାରୁ ୫ ଗୁଣ ଖରାପ । ଏହି ରିପୋର୍ଟରେ କୁହାଯାଇଛି ଯେ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ବାୟୁ ଦୃଷ୍ଟିରୁ ଖରାପ।

Comments are closed.