ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୪୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ରେ ପହଞ୍ଚିଛି ।
ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।
6. Gajapati: 7
7. Ganjam: 96
8. Jagatsinghpur: 9
9. Jajpur: 40
10. Jharsuguda: 1
11. Kendrapada: 8
12. Keonjhar: 7
13. Khordha: 28
14. Mayurbhanj: 5
15. Nawarangpur: 7
16. Nayagarh: 3
17. Rayagada: 1
18. Sonepur: 1
19. Sundaragarh: 6— I & PR Department, Odisha (@IPR_Odisha) June 29, 2020
ମିଳିଥିବା ସୂଚନାନୁଯାୟୀ ସମସ୍ତ ପଜିଟିଭଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୩୧ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି ।
ଏହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୧୯ ଜିଲ୍ଲାରୁ ଏହି ୨୪୫ ଜଣ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ତନ୍ମଧ୍ୟରେ ୨ ଜଣ ଏନଡିଆରଏଫ୍/ଓଡ୍ରାଫ୍ କର୍ମୀ ରହିଛନ୍ତି । ସେମାନେ ବାତ୍ୟା ଅମ୍ଫାନ ସହାୟତା ପାଇଁ ପଶ୍ଚିମବଙ୍ଗକୁ ଯାଇଥିଲେ । ଏହାଛଡା ପାଖାପାଖି ୧୩୭ ଜଣ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୨୦୮୬ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୪୭୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
Comments are closed.