Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ

ବ୍ରହ୍ମପୁର: କରୋନା ମୁକାବିଲା କ୍ଷେତ୍ରରେ ସବୁବେଳେ ନୂଆ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାରେ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଟ୍ୱିଟ୍ କରି ଜିଲ୍ଲାବାସୀଙ୍କୁ ଅପିଲ୍ କରିଛନ୍ତି, ଘରଠାରୁ କେବଳ ଗୋଟିଏ କିଲୋମିଟର ଭିତରେ ଯାଆସ କରନ୍ତୁ । ତାଠୁ ଅଧିକ ବାଟ ଯାଆନ୍ତୁ ନାହିଁ ।

କାହା ପାଖରେ ଯଦି ଜ୍ୱର, କାଶ କିମ୍ୱା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଭଳି କିଛି ଲକ୍ଷଣ ଥାଏ ତୁରନ୍ତ ସ୍ଥାନୀୟ ଆଶା କର୍ମୀଙ୍କୁ ଜଣାନ୍ତୁ । କେହି କିଛି ନ ଲୁଚାଇବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ।

ଦୋକାନୀଙ୍କ ପାଇଁ ସତର୍କତା
ଜିଲ୍ଲାର ସମସ୍ତ ଦୋକାନୀଙ୍କୁ ମାସ୍କ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାର ପାଇଁ କହିଛନ୍ତି ଜିଲ୍ଲାପାଳ । ଦୋକାନ ଆଗରେ ଗ୍ରାହକଙ୍କ ପାଇଁ ମାସ୍କ ନାହିଁ ତ ଜିନିଷ ନାହିଁ ଲେଖା ଥିବା ବୋର୍ଡ ଲଗାଇବାକୁ କୁହାଯାଇଛି । ଦୋକାନ ଆଗରେ କରିବେ ବ୍ୟାରିକେଡ୍ । ସାମାଜିକ ଦୂରତା ରକ୍ଷା କରିବା ସହ ଗ୍ରାହକଙ୍କ ଏକ କଣ୍ଟାକ୍ଟ ଡାଏରୀ କରିବା ପାଇଁ କୁହାଯାଇଛି । ନିୟମର ଉଲ୍ଲଂଘନ କରୁଥିବା ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ହେବ । ଏହାସହ ଦୋକାନକୁ ସାତ ଦିନ ପାଇଁ ବନ୍ଦ କରି ଦିଆଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ଗଞ୍ଜାମ ଜିଲ୍ଲାରେ ଟଡାଉନ୍ କୁହନ୍ତୁ କି କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ପୁଣି ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ହେଉ କି ସହରାଞ୍ଚଳକୁ ନଯିବା ପାଇଁ ଗ୍ରାମାଞ୍ଚଳ ଲୋକଙ୍କୁ ଅପିଲ କରିବା । ସବୁବେଳେ କରୋନା ମୁକାବିଲା କ୍ଷେତ୍ରରେ ସବୁବେଳେ ଆଗକୁ ଓ ଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାରେ ରହି ଆସିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

Leave A Reply

Your email address will not be published.