Latest Odisha News

BREAKING NEWS

ବୋଲେରୋରୁ ୨୪କେଜି ଗଞ୍ଜେଇ ଜବତ

ଆନନ୍ଦପୁର : ପୁଣି ଜବତ ହେଲା ଗଞ୍ଜେଇ । ଚୋରା ଚାଲାଣ କରାଯାଉଥିବା ବେଳେ ଏକ ବୋଲେର ଗାଡିକୁ ଜବତ କରିଛି ପୁଲିସ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୋଡାସିଙ୍ଗିଡି ଛକ ନିକଟରୁ  ଗଞ୍ଜେଇ ବୋଝେଇ ବୋଲେରୋ ଜବତ ହୋଇଛି । ଏହି ବୋଲେରୋଟିକୁ ସୋସ ଥାନା ପୋଲିସ ଜବତ କରିଛି । ବୋଲେରୋ ଗାଡିରୁ ୨୪ କେଜି ଗଞ୍ଜେଇ ଜବତ ହୋଇଛି ।

ବ୍ୟବସାୟରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହାଟଡିହି ଅଞ୍ଚଳର ରବୀନ୍ଦ୍ର କୁମାର ମଲ୍ଲିକ । ଅଭିଯୁକ୍ତକୁ ଧରିବା ସହିତ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.