Latest Odisha News

BREAKING NEWS

କଟକରେ ବଢ଼ୁଛି ସଂକ୍ରମଣ, ଖ୍ରୀଷ୍ଟିଆନ୍ ସାହିରୁ ୨୫ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ କରୋନା ମିଟର ପୁରା ଉପର ମୁହାଁ ରହିଛି । ହୁ ହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ସିଲଭର ସିଟି କଟକରେ ମଧ୍ୟ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ଆଜି କଟକ ସହରରୁ ପୁଣି ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।

ତେବେ ଚଣ୍ଡିମନ୍ଦିର ଛକ ଖ୍ରୀଷ୍ଟିଆନ ସାହିରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମାଲଗୋଦାମ ବେହେରା ସାହିରୁ ୧୧, ପୁରୁଣା ରାଉସପାଟଣାରୁ ୭, କେଶରପୁର ସତ୍ୟମ ଫ୍ଲାଟରୁ ୨ ଚିହ୍ନଟ ହୋଇଛନ୍ତି । ସେହିପରି ଜୁବଲି ଟାୱାରରୁ ଜଣେ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି ।

ଏହାକୁ ମିଶାଇ କଟକରେ ବର୍ତ୍ତମାନ ସୁଦ୍ଧା ୮୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୩୨୧ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୫୦୨ ଆକ୍ଟିଭ କେସ୍ ରହିଛି ।

Comments are closed.