Latest Odisha News

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ହାର୍ଡକୋର ମାଓବାଦୀ

ମାଲକାନଗିରି: କ୍ରମାଗତ ଭାବେ ଭୁସଡ଼ିବାରେ ଲାଗିଛି ମାଓ ଗଡ଼। ସୀମାନ୍ତରେ ଲୋନ ବାରାତୁ ତଥା ଘରକୁ ଫେର ଅଭିଯାନ ମାଧ୍ୟମରେ ସହ ସହ ସଂଖ୍ୟାରେ ମାଓବାଦୀ ମାନେ ଆତ୍ମସମର୍ପଣ କରିଥିବା ବେଳେ ଆଜି ଛତିଶଗଡ଼ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘବର୍ଷ ଧରି ମାଓ ସଂଗଠନରେ ଏହି ମାଓବାଦୀ ମାନେ କାର୍ଯ୍ୟ କରି ଆସୁଥିବା ବେଳେ ଏମାନେ ସଙ୍ଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ବିଜାପୁର ପୋଲିସ କାର୍ଯ୍ୟାଳୟରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଏହି ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଧରାଇଦେବାକୁ ୨୯ଲକ୍ଷର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରେ ୩ ଜଣ ପିଏଲ୍‌ଜିଏ ସଦସ୍ୟ ଥିବା ସୂଚନା ମିଳିଛି । ତେବେ ଆଗାମୀ ଦିନରେ ଏହି ମାଓବାଦୀ ମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗତ କିଛି ମାସ ମଧ୍ୟରେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି। ଏହି ଅବସରରେ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments are closed.