Latest Odisha News

BREAKING NEWS

ବିମାନରେ ପ୍ରବଳ ଟର୍ବୁଲେନ୍ସ ଯୋଗୁଁ ୨୫ ଆହତ

ନୂଆଦିଲ୍ଲୀ: ଆମେରିକାରେ ଡେଲ୍ଟା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନରେ ପ୍ରବଳ ଟର୍ବୁଲେନ୍ସ ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି।

ଡେଲ୍ଟା ଏୟାରଲାଇନ୍ସର ସୂଚନା ଅନୁଯାୟୀ, ବୁଧବାର ରାତିରେ ସଲ୍ଟ ଲେକ୍ ସିଟିରୁ ଆମଷ୍ଟରଡମ ଯାଉଥିବା ଏକ ବିମାନରେ ପ୍ରବଳ ଟର୍ବୁଲେନ୍ସ ହୋଇଥିଲା। ଯାହା ଫଳରେ ଯାତ୍ରୀମାନେ ଆହତ ହୋଇଥିଲେ। ଏହା ପରେ ବିମାନକୁ ମିନିଆପୋଲିସ୍-ସେଣ୍ଟ ପଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

ଏୟାରଲାଇନ୍ସ ପକ୍ଷରୁ ଆହୁରି କୁହାଯାଇଛି ଯେ ଡାକ୍ତରୀ ଟିମ୍ ଆହତ ୨୫ ଜଣ ଯାତ୍ରୀଙ୍କୁ ପରୀକ୍ଷା ସହ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ।

ତେବେ ଉଡ଼ାଣ ସମୟରେ ଟର୍ବୁଲେନ୍ସ ଯୋଗୁଁ ଗୁରୁତର ଆଘାତ ହେ ଘଟଣା ଖୁବ୍ କମ୍। କିନ୍ତୁ ବୈଜ୍ଞାନିକମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଫଳରେ ଜେଟ୍ ଷ୍ଟ୍ରିମରେ ପରିବର୍ତ୍ତନ ଯୋଗୁଁ ଏପରି ଘଟଣା ହୋଇପାରେ।

 

Comments are closed.