Latest Odisha News

BREAKING NEWS

ଗୁଟଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଜଣ ଆହତ

ସମ୍ବଲପୁର: ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ସମ୍ବଲପୁର ଜିଲ୍ଲା ଶରଧାପାଲିରେ ଥିବା ଗୁଟଖା କାରଖାନାରେ ନିଆଁ ଲାଗିଛି । ଏଥିରେ ୨୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । କାରଖାନାରେ ପ୍ରବଳ ଧୁଆଁ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଉଛି ।

ବଏଲର ଫାଟି ନିଆଁ ଲାଗିଯାଇଥିବା ଆହତ ହୋଇଥିବା ଲୋକ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ପହଞ୍ଚିଲେ ସମ୍ବଲପୁର ଏସପି ବି.ଗଙ୍ଗାଧର । ଅଗ୍ନିକାଣ୍ଡର କାରଣ ନେଇ ତଦନ୍ତ କରାଯିବ କହିଲେ ଏସପି । କେମିତି ନିଆଁ ଲାଗିଲା, ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ ତାହା ତଦନ୍ତ ହେବ ।

Comments are closed.