Latest Odisha News

ଗଞ୍ଜାମରେ ୨୫୧ ଜଣ କରୋନା ଆରୋଗ୍ୟ ଦାନ କରିଛନ୍ତି ପ୍ଲାଜ୍ମା

ବ୍ରହ୍ମପୁର: କରୋନା କବଳରୁ ରୁ ଉଦ୍ଧାର ହୋଇଥିବା ଗଞ୍ଜାମ ଜିଲ୍ଲାର ମୋଟ ୨୫୧ ଜଣ ରୋଗୀ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଥିବା ଏମ୍.କେ.ସି.ଜି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ ରେ ପ୍ଲାଜ୍ମା ଦାନ କରିଛନ୍ତି।

ଦାନ କରାଯାଇଥିବା ପ୍ଲାଜମା ୫୦୨ ଜଣ କୋଭିଡ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ବ୍ୟବହୃତ ହୋଇଥିବା ସୂତ୍ରରୁ ପ୍ରକାଶ। ପ୍ଲାଜ୍ମା ଦାନ କରିବା ଏବଂ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତ କରୋନା ଆରୋଗ୍ୟ ରୋଗୀଙ୍କୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

Comments are closed.