Latest Odisha News

BREAKING NEWS

ଘନଉଛି ଲଘୁଚାପ, ୨୧ ଯାଏଁ ବର୍ଷା

ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ । ବଙ୍ଗୋପସାଗରେ ସୃଷ୍ଟି ଲଘୁଚପା ଧୀରେ ଧୀରେ ଘନେଇବାରେ ଲାଗିଛି । ଏହା ଆଗକୁ ଅବପାତର ରୂପ ନେଇପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରବିବାରଠାରୁ ୨୧ ଯାଏଁ ଓଡ଼ିଶାରେ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଉପକୂଳ ଓଡ଼ିଶାରେ ବି ପ୍ରବଳ ବର୍ଷା ସମ୍ଭାବନା ଅଛି ।

ରବିବାର ଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ଉତ୍ତର ଉପକୂଳର ଅଳ୍ପ କିଛି ଅଞ୍ଚଳ ସମେତ ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ ଏବଂ ଢେଙ୍କାନାଳରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଏବଂ ଢେଙ୍କାନାଳ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.