Latest Odisha News

ଆଜି ପୁଣି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୫୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୨୫୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହକାୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୬୯୨୪ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

BjdElectrycity

ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୪୮୨ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ତା’ପଛକୁ ଅଛି ବାଲେଶ୍ୱର । ବାଲେଶ୍ୱରରୁ ୨୭୬ ଏବଂ ଗଂଜାମରୁ ୨୩୭ ଜଣ ହସ୍ପିଟାଲରୁ ଡିସାଚାର୍ଜ ହୋଇଛନ୍ତି ।

କଟକରୁ ୧୫୨, ରାୟଗଡାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡରୁ ୯୬, ବଲାଙ୍ଗୀରରୁ ୮୫, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୦, ସମ୍ବଲପୁରରୁ ୫୯,ଯାଜପୁରରୁ ୫୮, ମୟୂରଭଞ୍ଜରୁ ୫୪, ବରଗଡରୁ ୫୩, ଜଗତସିଂପୁରରୁ ୫୩, ମାଲକାନଗିରିରୁ ୫୨, ଗଜପତିରୁ ୪୨ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.