Latest Odisha News

ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସ୍‌ଡବ୍ଲୁ

ଭୁବନେଶ୍ୱର: ଖୁବଶୀଘ୍ର ଜଗତସିଂହପୁରରେ ଜେଏସଡ଼ବ୍ଲୁ ଇସ୍ପାତ ପ୍ରକଳ୍ପ କାମ ଆରମ୍ଭ ହେବ । ଜଗତସିଂହପୁରରେ ୧୨ ନିୟୁତ ଟନର ଇସ୍ପାତ ପ୍ରକଳ୍ପ ଜେଏସଡ଼ବ୍ଲୁ କରିବ । ପ୍ରକଳ୍ପ ଅଗ୍ରଗତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସ ଜରିଆରେ ବୈଠକ ହୋଇଥିଲା । ସେହି ବୈଠକରେ ଜେଏସଡ଼ବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ଥିଲେ ।

ଜଗତସିଂହପୁର ଜିଲା ଜଟାଧାରରେ ବାର୍ଷିକ ୧୩.୨ ନିୟୁତ ଟନ୍ ଇସ୍ପାତ କାରଖାନା ସ୍ଥାପନ କରିବ ସଜ୍ଜନ ଜିନ୍ଦଲଙ୍କ ଜେଏସଡ଼ବ୍ଲ୍ୟୁ କମ୍ପାନୀ । ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜେଏସଡ଼ବ୍ଳ୍ୟୁର ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ମଧ୍ୟାରେ ଆଲୋଚନା ହୋଇଛି ଏହି ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ଜମି, ବିଜୁଳି ଓ ଜଳ ବ୍ୟବସ୍ଥା ଯୋଗାଇବାରେ ସହଯୋଗ କରିବେ ।  ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସମ୍ବଳର ସଦୁପଯୋଗ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ରାଜସ୍ବ ସଂଗ୍ରହ ଉପରେ ଗୁରୁତ୍ବ ଦେଇଛନ୍ତି ।

କମ୍ପାନିର ଅଗ୍ରଗତି ପାଇଁ ସରକାରଙ୍କଠୁ ସବୁ ସହଯୋଗ ମିଳୁଛ ବୋଲି ସଜ୍ଜନ କହିଥିଲେ । ଅନ୍ୟପଟେ ଏହି ପ୍ରକଳ୍ପର ତ୍ୱରିତ ଅଗ୍ରଗତି ନେଇ ଆମେ ଆଶବାଦୀ ଅଛୁ ବୋଲି ନବୀନ କହିଛନ୍ତି । ଆଗାମୀ ୧୦ ବର୍ଷରେ ଓଡ଼ିଶାରେ ଲକ୍ଷେ କୋଟି ଟଙ୍କା ନିବେଶ କରିବ ଜେଏସଡ଼ବ୍ଲୁ । ଏହା ସହ ସୁନ୍ଦରଗଡ଼ ଜିଲାର କୋଇଡ଼ାଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ଡ଼ାକ୍ତରଖାନା ଓ ଏକ ସ୍କୁଲ ସ୍ଥାପନ ନିମନ୍ତେ ମଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି । ସରକାରୀ-ଘରୋଇ ସହଭାଗିତାରେ ଏହି ଡ଼ାକ୍ତରଖାନା ଓ ସ୍କୁଲ ନିର୍ମାଣ ହେବ । ଏହାଦ୍ବାରା ସ୍ଥାନୀୟ ଜନସାଧାରଣ ଉପକୃତ ହୋଇପାରିବେ । ଏହି ଅନୁଷ୍ଠାନ ଦୀର୍ଘମିଆଦି ଶିକ୍ଷା ବିକାଶରେ ସହାୟକ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.