ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୧୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସୁସ୍ଥ ହୋଇଥିବା ୨୫୧୯ ଜଣଙ୍କ ମଧ୍ୟରୁ ୪୧୯ ଜଣ ଖୋର୍ଦ୍ଧା, ୨୧୬ ଜଣ ଗଞ୍ଜାମରୁ, ୨୧୦ ଜଣ ପୁରୀରୁ, ୨୦୫ ଜଣ ରାୟଗଡାରୁ, ୧୬୯ ଜଣ କୋରାପୁଟରୁ, ୧୫୦ ଜଣ ମୟୁରଭଞ୍ଜରୁ, ୧୨୯ ଜଣ କଟକରୁ, ୧୦୦ ଜଣ ବାଲେଶ୍ୱରରୁ, ୯୫ ଜଣ ନୟାଗଡରୁ, ସମ୍ବଲପୁରରୁ ୮୫, ୮୪ ଜଣ ମାଲକାନଗିରିରୁ, ୭୭ ଜଣ ଭଦ୍ରକରୁ, ୭୬ ଜଣ ଢେଙ୍କାନାଳରୁ, ୫୮ ଜଣ ନବରଙ୍ଗପୁରରୁ, ୪୮ ଜଣ କନ୍ଧମାଳରୁ, ୪୫ ଜଣ ବଲାଙ୍ଗିରରୁ, ୪୨ ଜଣ ସୁନ୍ଦରଗଡରୁ, ୪୦ ଜଣ ଗଜପତିରୁ, ୩୯ ଜଣ କେନ୍ଦ୍ରାପଡାରୁ, ୩୮ ଜଣ ଝାରସୁଗୁଡାରୁ, ୩୮ ଜଣ କେନ୍ଦୁଝରରୁ, ସୋନପୁରରୁ ୩୩, ୨୮ ଜଣ ନୂଆପଡାରୁ, ଜଗତସିଂହପୁରରୁ ୨୭, ବରଗଡରୁ ୨୫, କଳାହାଣ୍ଡିରୁ ୧୯, ୧୨ ଜଣ ଯାଜପୁରରୁ, ଦେବଗଡରୁ ୭, ୪ ଜଣ ବୌଦ୍ଧରୁ, ଅନୁଗୁଳରୁ ଜଣେ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କରୋନା ମାମଲା ରହିଥିବା ବେଳେ ମୋଟ୍ ୭୩,୨୩୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୪୮୨ ଜଣ ମୃତ୍ୟୁବରଣ କରିଛନ୍ତି ।
Comments are closed.