Latest Odisha News

BREAKING NEWS

ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ୨, ୫୪୬ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧.୫୦୪ ଜଣ କ୍ୱାରେଣ୍ଟାଇନ୍ ସେଂଟର ହୋଇଥିବା ବେଳେ ୧,୦୪୨ ହେଉଛି ଲୋକାଲ କେସ୍ ।

ଆଜି ଚିହ୍ନଟ ସଂକ୍ରମିତଙ୍କ ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଜି ମଧ୍ୟ ଜିଲ୍ଲାରୁ ସର୍ବାଧିକ ୪୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତା’ପଛକୁ ରହିଛି ଅନୁଗୁଳ । ଅନୁଗୁଳ ଜିଲ୍ଲାରୁ ଆଜି ୨୦୮ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ସୁନ୍ଦରଗଡରୁ ୧୬୧, କଟକରୁ ୧୩୪, ମୟୂରଭଂଜରୁ ୧୨୦, ବାଲେଶ୍ୱରରୁ ୧୦୩, ବରଗଡରୁ ୯୨, ଯାଜପୁରରୁ ୯୦, ଜଗତସିଂହପୁରରୁ ୮୬, ନୂଆପଡାରୁ ୮୮, ବଲାଙ୍ଗିରୁ ୮୫, ସମ୍ବଲପୁରରୁ ୮୪ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨ଲକ୍ଷ ୫୨ ହଜାର, ୨୩୯ରେ ପହଂଚିଛି । ଏଥିମଧ୍ୟରୁ ୨୬୮୯୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୨୪୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.