Latest Odisha News

BREAKING NEWS

ଗ୍ରାସିମ ପ୍ଲାଣ୍ଟର ଷ୍ଟିମ ପାଇପ୍ ଫାଟିବା ଘଟଣା, ଆଉ ଜଣେ ମୃତ

ଗଞ୍ଜାମ: ଗଂଜାମ ଜିଲ୍ଲାର ଗ୍ରାସିମ ପ୍ଲାଂଟରେ ଷ୍ଟିମ୍ ପାଇପ ଫାଟିବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଇଂଜିନିୟର ଅଭିଷେକ ପାଲ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପିଛି । ଏହାକୁ ମିଶାଇ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୨ରେ ପଂଚିଛି । ପୂର୍ବରୁ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇସାରିଛି ।

ଗତ ୫ଦିନ ତଳେ ଗ୍ରାସୀମ ଇଣ୍ଡଷ୍ଟ୍ରୀରେ ପାଇପ ବେଲ୍ ଫାଟି ୩ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଯାହାକୁ ନେଇ କମ୍ପାନୀରେ ଉତ୍ତେଜାନ ଦେଖାଦେଇଥିଲା । କମ୍ପାନୀ କର୍ମଚାରୀଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ । କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ,  ଜିଲ୍ଲାପ୍ରଶାସନ, ଶ୍ରମିକଙ୍କ ମଧ୍ୟରେ ବୈଠକ ବସିବା ପରେ କମ୍ପାନୀ ଦାବି ପୁରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଶ୍ରମିକମାନେ ଧାରଣାରୁ ଓହରିଥିଲେ ।

Leave A Reply

Your email address will not be published.