Latest Odisha News

BREAKING NEWS

Aamir’s Wedding Ring: ତୃତୀୟ ପତ୍ନୀଙ୍କୁ ଆମିରଙ୍କ ୫ କୋଟିର ବିରଳ ଓ୍ବେଡିଂ ରିଙ୍ଗ?

ମୁମ୍ବାଇ: ୧୩୧ କାରିଗର, ୨୫୬ ଘଣ୍ଟା…

ଆମିରଙ୍କ ରାଜକୀୟ ୱେଡିଂ ଗିଫ୍ଟ

ରୁବି ରିଙ୍ଗର ଦାମ ଶୁଣିଲେ ଚକିତ ହେବେ…

ବିବାହରେ କେହି ଫୁଲ ଦିଅନ୍ତି, କେହି ହୀରାର ଆଙ୍ଗୁଠି। କିନ୍ତୁ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍ ତାଙ୍କ ତୃତୀୟ ପତ୍ନୀ ଗୌରୀ ସ୍ପ୍ରାଟ୍‌ଙ୍କୁ ଏମିତି ଏକ ରିଙ୍ଗ ଉପହାର ଦେଇଛନ୍ତି, ଯାହା ଏବେ ବଲିଉଡରେ ଚର୍ଚ୍ଚାର ପ୍ରମୁଖ କାରଣ ପାଲଟିଛି।

ଜୁଲାଇ ୫ ତାରିଖରେ ଅତି ସାଧାରଣ ଢଙ୍ଗରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆମିର ଖାନ୍ । ବିବାହରେ କୌଣସି ଆଡ଼ମ୍ବର ନଥିଲା, କିନ୍ତୁ ଗୌରୀଙ୍କ ହାତରେ ପିନ୍ଧାଯାଇଥିବା ଓ୍ବେଡିଙ୍ଗ୍ ରିଙ୍ଗଟି ଥିଲା ସମ୍ପୂର୍ଣ୍ଣ ରାଜକୀୟ। ଏହା କେବଳ ଏକ ଗହଣା ନୁହେଁ, ବରଂ ପ୍ରେମ, ଧୈର୍ଯ୍ୟ ଓ ଦୁର୍ଲଭ କାରିଗରୀର ଏକ ନିଆରା ନମୁନା। ଏହି ରିଙ୍ଗରେ ବ୍ୟବହାର କରାଯାଇଛି ମାଡାଗାସ୍କରର ଏକ ଦୁର୍ଲଭ ପ୍ରାକୃତିକ କ୍ୟାବୋଚନ୍-କଟ୍ ରୁବି, ଯାହା ତାର ଗଭୀର ‘ଅକ୍ସବ୍ଲଡ୍’ ରଙ୍ଗ ଓ ଗୋଲାକାର ଚିକ୍କଣ ଆକୃତି ପାଇଁ ବିଶ୍ୱପ୍ରସିଦ୍ଧ। ରୁବିଟିକୁ ଘେରି ରହିଛି ୪୦ଟି ପ୍ରାକୃତିକ ହୀରା, ଯାହା ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଛି। ଏହି ଦୁର୍ଲଭ ରୁବିକୁ ଖୋଜିବା ପାଇଁ ଆମିରଙ୍କ ଟିମ୍‌କୁ ପ୍ରାୟ ୩ ମାସ ସମୟ ଲାଗିଥିଲା। କାରଣ, ଏପରି ଗୁଣବତ୍ତାର ରୁବି ପୃଥିବୀରେ ମିଳୁଥିବା ରତ୍ନ ମଧ୍ୟରୁ ୦.୧ ପ୍ରତିଶତରୁ ମଧ୍ୟ କମ୍।

ଏହି ରିଙ୍ଗକୁ ପ୍ରସ୍ତୁତ କରିଛି ବିଳାସପୂର୍ଣ୍ଣ ଜୁଏଲେରୀ ବ୍ରାଣ୍ଡ କୁଇନ୍(QWEEN)। କମ୍ପାନୀ ଦାବି କରିଛି, ଏହାକୁ ତିଆରି କରିବା ପାଇଁ ୧୩୧ ଜଣ କୁଶଳୀ କାରିଗର ୨୫୬ ଘଣ୍ଟା ଧରି କାମ କରିଥିଲେ। ଏହି ରିଙ୍ଗ ସମ୍ପୂର୍ଣ୍ଣ କଷ୍ଟମ୍-ମେଡ୍ ଏବଂ ଏହାର ଦ୍ୱିତୀୟ କପି ନାହିଁ। ଯାହା ଏବେ ମିଷ୍ଟର ପରଫେକ୍ସନିଷ୍ଟଙ୍କ ପରଫେକ୍ଟନେସକୁ ପୁଣି ଥରେ ଚର୍ଚ୍ଚାରେ ରଖିଛି ।

ଯଦିଓ ଏହି ରିଙ୍ଗର ପ୍ରକୃତ ଦାମ ସାର୍ବଜନୀନ କରାଯାଇନାହିଁ, ତଥାପି ଜେମ୍‌ଷ୍ଟୋନ୍ ବଜାର ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଏହାର ମୂଲ୍ୟ ପ୍ରାୟ ୫ରୁ ୮ କୋଟି ଟଙ୍କା ମଧ୍ୟରେ ହୋଇପାରେ। ତେବେ ରୁବିର ଗୁଣବତ୍ତା, ଓଜନ ଏବଂ ହୀରାର ଆକାର-ଗୁଣ ଅନୁଯାୟୀ ଏହି ଦାମ ଆହୁରି ବଢ଼ିପାରେ କିମ୍ବା କମିପାରେ।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଗୌରୀଙ୍କ ପାଇଁ ଆମିର ଏପରି ଦୁର୍ଲଭ ଉପହାର ବାଛିଛନ୍ତି। ଏହା ପୂର୍ବରୁ ସେ ବ୍ରାଜିଲ୍‌ରୁ ଆଣିଥିବା ଦୁର୍ଲଭ ଆକ୍ୱାମେରିନ୍ ଷ୍ଟୋନ୍ ଏବଂ ପ୍ରାକୃତିକ ହୀରାରେ ସଜା ଏକ କଷ୍ଟମ୍ ରିଙ୍ଗ ମଧ୍ୟ ଗୌରୀଙ୍କୁ ଉପହାର ଦେଇଥିଲେ।

ତେବେ ଆମିର୍ ଏବଂ ଗୌରୀ ବେଶ୍ ସାଧାରଣ ବିବାହ କରିଥିଲେ ମଧ୍ୟ ମିଳିଥିବା ଉପହାର କିନ୍ତୁ ଥିଲା ଅସାଧାରଣ। ଗୌରୀଙ୍କ ପାଇଁ ଆମିରଙ୍କ ଏହି ରିଙ୍ଗ ଏବେ କେବଳ ପ୍ରେମର ପ୍ରତୀକ ନୁହେଁ, ବରଂ ବଲିଉଡର ସବୁଠୁ ଦାମୀ ଓ ଦୁର୍ଲଭ ୱେଡିଂ ରିଙ୍ଗ ମଧ୍ୟରୁ ଗୋଟିଏ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.