Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୫୯୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୯୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସୁସ୍ଥ ହୋଇଥିବା ୨୫୯୦ ଜଣଙ୍କ ମଧ୍ୟରୁ ୪୩୧ ଜଣ କଟକରୁ, ୩୮୬ ଜଣ ଖୋର୍ଦ୍ଧା, ୨୦୨ ଜଣ ମୟୁରଭଞ୍ଜରୁ, ୧୪୨ ଜଣ ଗଞ୍ଜାମରୁ, ୧୨୦ ଜଣ ରାୟଗଡାରୁ, ୧୦୮ ଜଣ କୋରାପୁଟରୁ, ୧୦୫ ଜଣ ପୁରୀରୁ, ୭୮ ଜଣ ଜଗତସିଂହପୁରରୁ, ୭୭ ଜଣ ଭଦ୍ରକରୁ, ୭୭ ଜଣ ଯାଜପୁରରୁ, ୭୫ ଜଣ କେନ୍ଦ୍ରାପଡାରୁ, ୭୨ ଜଣ ବରଗଡରୁ, ୭୧ ଜଣ ବାଲେଶ୍ୱରରୁ, ୭୧ ଜଣ ସମ୍ବଲପୁରରୁ, ୬୮ ଜଣ କେନ୍ଦୁଝରରୁ, ୬୭ ଜଣ ନୟାଗଡରୁ, ୬୧ ଜଣ ମାଲକାନଗିରିରୁ, ୫୯ ଜଣ ଢେଙ୍କାନାଳରୁ, ୫୭ ଜଣ ନବରଙ୍ଗପୁରରୁ, ୫୪ ଜଣ ବଲାଙ୍ଗିରରୁ, ୪୪ ଜଣ ଝାରସୁଗୁଡାରୁ, ୩୪ ଜଣ ବୌଦ୍ଧରୁ, ସୁନ୍ଦରଗଡ ଓ ସୋନପୁରରୁ ୩୦ ଜଣ ଲେଖାଏଁ, କଳାହାଣ୍ଡିରୁ ୨୪, ୨୦ ଜଣ ଗଜପତିରୁ, ୧୦ ଜଣ କନ୍ଧମାଳରୁ, ୭ ଜଣ ନୂଆପଡାରୁ, ୬ ଜଣ ଅନୁଗୁଳ ଏବଂ ୪ ଜଣ ଦେବଗଡ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧,୨୪,୦୩୧ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୯୬,୩୬୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ୫୪୬ ଜଣ ମୃତ୍ୟୁ ବରଣ କରିଛନ୍ତି।

Leave A Reply

Your email address will not be published.