Latest Odisha News

ଚୁକ୍ତି ଶେଷ ନ ହେବା ପର୍ଯ୍ୟନ୍ତ ବାର୍ସିଲୋନା ଛାଡିପାରିବେ ନାହିଁ ମେସି

ବାର୍ସିଲୋନା: ବାର୍ସିଲୋନା ଓ ମହାନ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ଲଢ଼େଇରେ ଜିତ୍ ମିଳିଛି କ୍ଲବକୁ । ଚୁକ୍ତି ଶେଷ ନ ହେବା ପର୍ଯ୍ୟନ୍ତ ମେସି କ୍ଳବ ଛାଡିପାରିବେ ନାହିଁ ।ଏହା ଫଳରେ ଆଗାମୀ ଲା ଲିଗା ଓ ଅନ୍ୟ ଟୁର୍ଣ୍ଣାମେଂଟରେ ମେସିଙ୍କୁ ବାର୍ସିଲୋନା ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ । ପୂର୍ବରୁ କତୃପକ୍ଷଙ୍କ ସହ ମତପାର୍ଥକ୍ୟ ଯୋଗୁ ମେସି କ୍ଲବ ଛାଡିବା ପାଇଁ ନିଷ୍ପତି ନେଇଥିଲେ ।

ଚାମ୍ପିୟନ୍ସ ଲିଗ୍ କ୍ୱାର୍ଟର ଫାଇନାଲରେ ବାର୍ସିଲୋନା ୨-୮ ଗୋଲରେ ଏଫସି ବେୟର୍ଣ୍ଣ ମ୍ୟୁନିକଠାରୁ ପରାଜିତ ହୋଇଥିଲା । ଏହା ପରେ ପରେ ମେସି କ୍ଲବ ଛାଡିବା ନେଇ ଲିଖିତ ଭାବେ ଜଣାଇଥିଲେ । କୌଣସି ପ୍ରକାର ଆଇନଗତ ଲଢ଼େଇ ଲଢ଼ିବାକୁ ଚାହୁଁନାହିଁ ବୋଲି ମେସି କହିଛନ୍ତି । ଆଗାମୀ ସିଜନରେ ଯୋଗ ଦେବା କଥା ସ୍ପଷ୍ଟ କରିଥିଲେ ମଧ୍ୟ ମେସି ଅଭ୍ୟାସ ସେଶନରେ ସାମିଲ ହୋଇ ନାହାନ୍ତି ।

Leave A Reply

Your email address will not be published.