Latest Odisha News

BREAKING NEWS

ଲକ୍ ଡାଉନରେ ଭୁବନେଶ୍ୱରରୁ ଭୂଟାନ ଫେରିଲେ ୨୬ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର : କରୋନା ପାଇଁ ଓଡିଶା ସମେତ ସାରା ଦେଶରେ ଲକ୍ ଡାଉନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଫସି ରହିଛନ୍ତି । ଓଡିଶାରେ ଫସି ରହିଥିବା ଏହି ଭଳି ୨୬ ଜଣ ପର୍ପ୍ୟଟକ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୂଟାନ ଫେରିଛନ୍ତି ।

ଏମାନଙ୍କୁ ଭୂଟାନର ପାରୋ ସହରକୁ ନେବା ପାଇଁ ଡ୍ରକ ଏୟାରର ସ୍ୱତନ୍ତ୍ର ଫ୍ଲାଇଟ ବେଙ୍ଗୁଳୁରୁରୁ ଭୁବନେଶ୍ୱର ପହଞ୍ଚିଥିଲା ଏବଂ ଅପରାହ୍ନରେ ଭୁବନେଶ୍ୱରରୁ ପାରୋ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି ।

Leave A Reply

Your email address will not be published.