Latest Odisha News

BREAKING NEWS

ଭାରତରେ କରୋନା ସଂକ୍ରମଣର ଗତି ହ୍ରାସ ପାଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରେନାକୁ ନେଇ ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଭାତରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଓ ସଂକ୍ରମିତ ସଂଖ୍ୟା ଦ୍ୱିଗୁଣିତ ହାରକୁ ବଢାଇବାରେ ସରକାର ସଫଳ ହୋଇଛନ୍ତି ବୋଲି କେନ୍ଦ୍ର ପରିବେଶ ସଚିବ ସି.କେ. ମିଶ୍ର କହିଛନ୍ତି ।

ସେ କହିଛନ୍ତି, ଆଜି ଲଲକଡାଉନକୁ ଗୋଟିଏ ମାସ ପୁରିଛି । ୩୦ ଦିନରେ ସଂକ୍ରମଣର ଗତି ହ୍ରାସ ପାଇଛି । କେସ ଦ୍ୱିଗୁଣା ହେବା ଗତିରେ ବ୍ରେକ ଲାଗିଛି । ଅଧିକରୁ ଅଧିକ ଯାଂଚ କରାଯାଇଛି । ଲକଡାଉନକୁ କରୋନା ମୁକାବିଲା କ୍ଷେତ୍ରରେ ବ୍ୟବହାର କରାଯାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନାନୁସାରେ ଗତ ୨୪ ଘଣ୍ଟାରେ ଭାରତରେ ୧୪୦୯ଟି ନୂଆ ମାମଲା ଜଣାପଡ଼ିଛି । ଏହା ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୩୯୩ରେ ପହଞ୍ଚିଛି । ୩୨୫୭ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ୧୯.୮୯ରେ ପହଁଚିଛି । ଆଜି ସୁଦ୍ଧା ଦେଶର ୧୨ ଟି ଜିଲ୍ଲାରେ ଗତ ୨୮ ଦିନ ହେଲା କୌଣସି ନୂଆ ମାମଲା ଦେଖାଯାଇନାହିଁ ଓ ୭୮ଟି ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ମାମଲା ଦେଖାଯାଇ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ସପଟେ ସହରାଞ୍ଚଳରେ ବରିଷ୍ଠ ନାଗରିକମାନଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ବ୍ୟକ୍ତି, ପ୍ରିପେଡ ମୋବାଇଲ ରିଚାର୍ଜ କରୁଥିବା ସଂସ୍ଥା, ଖାଦ୍ୟ ପ୍ରକ୍ରିୟାକରଣୟୁନିଟଗୁଡ଼ିକୁ ଲକଡାଉନ ନିୟମରୁ ମୁକ୍ତ ରଖାଯାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି।

Leave A Reply

Your email address will not be published.