Latest Odisha News

BREAKING NEWS

ଗୋଟିଏ ସ୍କୁଲର ୨୬ ଛାତ୍ର କରୋନା ପଜିଟିଭ

କର୍ଣ୍ଣାଟକ: ଶନିବାର ଦିନ କର୍ଣ୍ଣାଟକର ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଦାଭାନାଗେରର ବାସଭାନାହଲ୍ଲୀ ହାଇସ୍କୁଲ ଏବଂ କଲେଜରେ ଅଫଲାଇନ୍ କ୍ଲାସ୍ ସ୍ଥଗିତ ରଖାଯାଇଛି।

ରାଜ୍ୟରେ ଭାଇରସ ବ୍ୟାପିବା ବୃଦ୍ଧି ଯୋଗୁ କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ କୋଭିଡ-୧୯ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ଷଷ୍ଠରୁ ନବମ କ୍ଲାସ ସ୍ଥଗିତ ରହିବ। ଏହାସହିତ ଜିମ, ସୁଇମିଂ ପୁଲ ବନ୍ଦ ରହିବ। ରାଲି ଏବଂ ଧାରଣାକୁ ମଧ୍ୟ ନିଷେଧ କରାଯାଇଛି। ଏହାସହିତ ସିନେମା ହଲରେ ସର୍ବାଧିକ ୫୦ ପ୍ରତିଶତ ଦର୍ଶକଙ୍କ ବସିବା କ୍ଷମତା ଅନୁମତି ଦିଆଯାଇଛି।

Comments are closed.