Latest Odisha News

BREAKING NEWS

ରାଜ୍ୟରେ ୨ହଜାରରୁ ଅଧିକ ଗାଁରେ ନାହିଁ ମୋବାଇଲ ସେବା

ଭୁବନେଶ୍ବର: ଏବେକା ଡିଜିଟାଲ ଯୁଗରେ, ରାଜ୍ୟରେ ଏମିତି କିଛି ଗାଁ ରହିଛି, ଯେଉଁଠି ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ଲୋକେ । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଓଡ଼ିଶାରେ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗୃହକୁ କହିଛନ୍ତି, ଓଡ଼ିଶାର ମୋଟ ୫୧୧୬୭ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ମୋବାଇଲ୍ ସଂଯୋଗ ନାହିଁ । ଓଡ଼ିଶା ସରକାରଙ୍କ ସମନ୍ୱୟରେ କେନ୍ଦ୍ରର ଡିଜିଟାଲ୍ ଭାରତ ନିଧି (ଡିବିଏନ) ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ ଗାଁରେ ମୋବାଇଲ୍ ସଂଯୋଗ ଯୋଗାଇବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରୁ ୨୫୭୨ଟି ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ ହୋଇଛି ।

ଏଥିସହିତ ମନ୍ତ୍ରୀ କହିଛନ୍ତି, ଜୁନ୍ ୨୦୨୫ ସୁଦ୍ଧା ଓଡ଼ିଶାରେ ସମସ୍ତ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Comments are closed.