Latest Odisha News

୨୦୨୦ରେ ରାଜଧାନୀ ଭୁବନେଶ୍ୱରରେ ୨୬୧ ଜଣ ପିଲା ନିଖୋଜ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀରୁ ହଜୁଛନ୍ତି ଶିଶୁ । ୨୦୨୦ ମସିହାରେ ୨୬୧ ଜଣ ଛୁଆ ରାଜଧାନୀ ଭୁବନେଶ୍ୱରରୁ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି । ସେଥିମଧ୍ୟରୁ କମିଶନରେଟ୍ ପୋଲିସ ୬୦ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨୬୦ ଜଣଙ୍କ କୌଣସି ଖୋଜ ଖବର ନାହିଁ ।

ଭୁବନେଶ୍ୱର ଡିସିପି ଅଫିସ୍ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଉଦ୍ଧାର ହୋଇଥିବା ୬୦ ଜଣଙ୍କ ମଧ୍ୟରୁ ୫୪ ଜଣ ନାବାଳିକା ଥିବାବେଳେ ୬ ଜଣ ନାବାଳକ ଅଛନ୍ତି ।

ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶିଶୁ ଚାଲାଣ ରୋକିବାକୁ ଆଣ୍ଟି ହ୍ୟୁମାନ୍ ଟ୍ରାକିଂ ୟୁନିଟ୍ ସହ ଯୋଗାଯୋଗ କରିଛନ୍ତି । ରାଜଧାନୀର କେତେକ ସ୍ଥାନରେ ନାବାଳାକ ଓ ନାବାଳିକାମାନଙ୍କୁ ଘରେ ଓ ହୋଟେଲରେ ଖଟା ଯାଉଛି । ଏପରିକି କେତେକ ସ୍ଥଳରେ ବେନିୟମ କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି । ଏସବୁକୁ ରୋକିବା ପାଇଁ ଆଶାକର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ସେହିଭଳି ରୁଚିକା ଚାଇଲ୍ଡଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତିଙ୍କ ଅନୁସାରେ, ଓଡ଼ିଶାରୁ ୧୩୫ଟି ପିଲାରୁ ଅଧିକ ରାଜ୍ୟ ବାହାରକୁ ପ୍ରତିବର୍ଷ ଚାଲାଣ ହେଉଛନ୍ତି । କିନ୍ତୁ, ପୋଲିସ ଥାନାରେ ତାହାଠାରୁ ବହୁତ କମ୍ ଅଭିଯୋଗ ହେଉଥିବା ସେ କହିଛନ୍ତି ।

Leave A Reply

Your email address will not be published.