Latest Odisha News

BREAKING NEWS

କବିତା : ବେସାହାରା ପଥିକ

ନିରୁପମା ପତି

ସେ..
ଅତୀତର ନିର୍ବିକାର..
ନିର୍ଜନତାର ପରିଭାଷା ମଧ୍ୟରେ
ସାଉଁଟିଥିବା  ଅନ୍ତସ୍ବରଟିଏ,
ସମୟର ନିଛକ
ଆଢ଼ୁଆଳରେ ଅହରହ
ସଂଗ୍ରାମ କରୁଥିବା
ଅନ୍ତରାତ୍ମାଟିଏ,
ଜୀବନ ଯୁଦ୍ଧରେ
ତେଲଲୁଣର
ସଂସାର ମଧ୍ୟରେ
ହିସାବ ବେହିସାବର
ଲମ୍ବା ତାଲିକାର
ପୃଷ୍ଠାଟି ଏ,
ଲୁହ ଲହୁ ର ଶ୍ରମିକ ସାଜି
ନିତି ନିତି ହାଡ଼ଭଙ୍ଗା
ଶୀତ ବର୍ଷାରେ ଉବୁଟୁବୁ
ହେଉଥିବା ପରିଚିତ
ଦରଦୀ ମଣିଷ ଟିଏ,,
ଦୁନିଆରେ ନୂତନ
ଆଶାର ଆଲୋକ
ପ୍ରଛଦପଟରେ
ପ୍ରତିଛବିଟିଏ,,
ନିଷ୍ଠୁର ସମାଜରେ
ସମୟର ମାପକାଠି ନେଇ
ଖୋଜି ବୁଲୁଥିଵା
ଅନନ୍ୟ ଭୋକର
ଭୂଗୋଳ ଟିଏ ।

ଶିକ୍ଷୟିତ୍ରୀ  ସରକାରୀ ଉଚ୍ଚ ବିଦ୍ୟାଳୟ
ଲୋଆରାମ୍ନୂ ଆଁ ଗାଁ। ସୁନ୍ଦରଗଡ

Leave A Reply

Your email address will not be published.