Latest Odisha News

BREAKING NEWS

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୨୬୯ କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୬୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୭ ହଜାର ୮୦୩ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି…

ଆରୋଗ୍ୟଙ୍କ ମଧ୍ୟରେ କଟକରୁ ୪୧, ଅନୁଗୁଳରୁ ୩୧, ସମ୍ବଲପୁରରୁ ୨୬, ନୂଆପଡ଼ାରୁ ୨୧, ସୁନ୍ଦରଗଡ଼ରୁ ୧୯, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁରରୁ ୧୫ ଜଣ ଲେଖାଏଁ, ବରଗଡ଼, ଝାରସୁଗୁଡ଼ା ଓ ଖୋର୍ଦ୍ଧାରୁ ୧୪ ଜଣ, ବଲାଙ୍ଗିରରୁ ୧୩, କେନ୍ଦ୍ରାପଡ଼ରୁ ୧୦, ଜଗତସିଂହପୁରରୁ ୫, ଗଞ୍ଜାମରୁ ୩, କଳାହାଣ୍ଡି, ନୟାଗଡ଼ ଓ ସୋନପୁରରୁ ୨ ଜଣ ଲେଖାଏଁ, ମାଲକାନଗିରିରୁ ୧ ଓ ଷ୍ଟେଟପୁଲରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.