Latest Odisha News

BREAKING NEWS

‘ବାର୍ଡ ଫ୍ଲୁ’ ଭୟ, ଗଞ୍ଜାମରେ ରାପିଡ ରେସପନ୍ସ ଟିମ୍ ଗଠିତ

ବ୍ରହ୍ମପୁର: ବାର୍ଡ ଫ୍ଲୁର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ଟି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି।

ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ଡିଭିଓ) ଡ. ଦେବରାଜ ବେହେରା କହିଛନ୍ତି ଯେ ପ୍ରତ୍ୟେକ ଆରଆରଟିରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପଶୁ ସମ୍ପଦ ଇନ୍ସପେକ୍ଟର ଏବଂ ଜଣେ ଆଟେଣ୍ଡାଣ୍ଟ ରହିବେ। ଯଦି ବହୁସଂଖ୍ୟାରେ ପକ୍ଷୀ ମାନଙ୍କର ମୃତ୍ୟୁ ଘଟେ ତାହେଲେ ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ଏନେଇ ସେମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.