Latest Odisha News

ଭଦ୍ରକରୁ ଉଦ୍ଧାର ହେଲେ ୨୭ ଶିଶୁ ଶ୍ରମିକ

ଭଦ୍ରକ: ଭଦ୍ରକ ଜିଲ୍ଲାର ଜିତାନଗା ଅଞ୍ଚଳରୁ ପୋଲିସ ସହାୟତାରେ ପ୍ରାୟ ୨୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନାନୁଯାୟୀ କେହି ଜଣେ ଦଲାଲ୍ ସେମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ନେଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଚଢାଉ କରିଥିଲା । ପରେ ସେଠାରୁ ସମସ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ।

ଏହି ଘଟଣାରେ ସମ୍ପୃକ୍ତି ତଥା ବେଆଇନ ଚାଲାଣ ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି ।

ତେବେ ଉକ୍ତ ପିଲାମାନଙ୍କର ଘର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ସେମାନଙ୍କୁ କାମ ଯୋଗାଇ ଦେବା ଲାଗି ଆନ୍ଧ୍ରପ୍ରଦେଶ ନିଆଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

Comments are closed.