Latest Odisha News

ଗାଁ ମୁହାଁ ୨୭ ଟିକିଆ ହାତୀପଲ, ଗ୍ରାମବାସୀ ଭୟଭୀତ

କରଞ୍ଜିଆ: ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଗାଁ ମୁହାଁ ହୋଇଛନ୍ତି ୨୭ ଟିକିଆ ହାତୀପଲ। କରଞ୍ଜିଆ ବନଖଣ୍ଡରୁ ହାତୀପଲ ଗାଁ ମୁହାଁ ହୋଇଥିବା ସୂଚନା ରହିଛି। ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡ ହଳଦିଆ ଗାଁ ନକିଟ ଜଙ୍ଗଲରେ ହାତୀପଲ ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀପଲ ପାଖ ଜଙ୍ଗଲରେ ଥିବାରୁ ଆଖପାଖରେ ଥିବା ୧୫ଟି ଗାଁର ଲୋକେ ଭୟଭୀତ ଅଛନ୍ତି।

ତେବେ ବନ ବିଭାଗ କର୍ମଚାରୀ ହାତୀ ଉପରେ ନଜର ରଖିଛନ୍ତି। ହାତୀ ଘଉଡ଼ାଇବାକୁ ବନବିଭାଗର ଉଦ୍ୟମ ଜାରି ରହିଛି। ଏହାସହ ଡାକବାଜି ଯନ୍ତ୍ର ସହ ସଚେତନ କରାଯାଇଛି। ସେହିପରି ଜଙ୍ଗଲକୁ ନଯିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ହାତୀ ଦେଖିଲେ ତୁରନ୍ତ ବନବିଭାଗକୁ ଖବର ଦେବାକୁ କୁହାଯାଇଛି।

Comments are closed.