Latest Odisha News

BREAKING NEWS

ଡିଜିଟାଲ ମାର୍କେଟିଂ ଜରିଆରେ ରୋଜଗାର ଆଶା ଦେଖାଇ ଯୁବତୀଙ୍କଠୁ ୨୭ ଲକ୍ଷ ଲୁଟ୍

ଭୁବନେଶ୍ୱର: ଡିଜିଟାଲ ମାର୍କେଟିଂ ବାହାନାରେ ଭୁବନେଶ୍ୱରର ଜଣେ ମହିଳାଙ୍କ ଠାରୁ ବିଭିନ୍ନ କିସ୍ତିରେ ୨୭ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକମାନେ।

ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଚାକିରି ପାଇଁ ନକରି ଡଟ୍ କମ ଓ୍ବେବସାଇଟରେ ନାମ ପଞ୍ଜିକରଣ କରିଥିଲେ। କିନ୍ତୁ ଦୀର୍ଘ ଦିନ ଧରି ତାଙ୍କୁ କୌଣସି ଚାକିରିର ଅଫର ମିଳିନଥିଲା। ବିଳମ୍ବ ହେବାରୁ ନିରାଶ ହୋଇ ସେ ଗୁଗୁଲ କରିଥିଲେ ନକରି ଡଟ କମ ଅଫିସର ନମ୍ବର ପାଇଁ। ଆଉ ଗୁଗୁଲରୁ ନମ୍ବର ପାଇ ଯୋଗାଯୋଗ କରିଥିଲେ।

ପରେ ସାଇବର ଠକ ଭଲ ଦରମାରେ ଚାକିରୀ ଦେବାକୁ ପ୍ରସ୍ତାବ ଦେଇଥିଲେ । ତେବେ ସର୍ତ୍ତ ଥିଲା ଯେ ସେ ଡିଜିଟାଲ ମାର୍କେଟିଂରେ ଯୋଡ଼ିହେବାକୁ ପଡ଼ିବ। ଏହାପରେ ତାଙ୍କୁ କିଛି ପ୍ରଡକ୍ଚ କିଣିବାକୁ ପଡିବ। ଏବଂ କମିଶନ ଜରିଆରେ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ଆଉ ଠକଙ୍କ ଜାଲରେ ପୀଡ଼ିତା ପଡ଼ିଯାଇଥିଲେ। ଠକଙ୍କ କଥାକୁ ଅନୁସରଣ କରି ଇ-ଓ୍ବାଲେଟରେ ୧୪ ଲକ୍ଷ ଟଙ୍କା ଜମା କରିଥିଲେ। କାମ କରିବାର ମାତ୍ର ମାସକ ମଧ୍ୟରେ ସେ ୨ ଲକ୍ଷ ଟଙ୍କା କମିସନ ହେବ ଆଶା ରଖିଥିଲେ। କିନ୍ତୁ ବହୁବାର ଚେଷ୍ଟା କରିବା ପରେ ମଧ୍ୟ ସେ କମିସନ ଟଙ୍କା ଉଠାଇ ପାରିନଥିଲେ। ସେ ଠକେଇକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ତାଙ୍କୁ ଦୁଇ ଥରରେ ୬.୫ ଲକ୍ଷ ଟଙ୍କା (୧୩ ଲକ୍ଷ ଟଙ୍କା) ଜମା କରିବାକୁ ରାଜି କରାଇଥିଲେ। ଯାହାଫଳରେ ସେ ରୋଜଗାର କରିଥିବା କମିସନକୁ ହଡପ କରିବାରେ ସକ୍ଷମ ହୋଇପାରିବେ।

ଥରେ ସେ ଟଙ୍କା ଜମା କରିବା ପରେ ଠକମାନେ ସେମାନଙ୍କର ସମସ୍ତ ହ୍ବାଟସଆପ୍ ପ୍ରୋଫାଇଲ୍ ଡିଲିଟ୍ କରି ତାଙ୍କ ନମ୍ବରକୁ ବ୍ଲକ୍ କରିଦେଇଥିଲେ।

ଏହାପରେ ଅଧିକ ଭୟଭୀତ ହୋଇ ପୀଡ଼ିତା ଭୁବନେଶ୍ୱର ସାଇବର ଥାନାକୁ ଯାଇ ଅଭିଯୋଗ କରିଥିଲେ। କୋଲକାତାରୁ ଠକେଇର ଶିକାର ହୋଇଥିବା ଦୁଇ ଠକଙ୍କୁ ଧରିବା ପାଇଁ ପୋଲିସ ଏବେ ଛାନଭିନ୍ ଚଳାଇଛି। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି।

ଭୁବନେଶ୍ୱର ଜୋନ୍-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି,ଆମ ଟିମ୍ କୋଲକାତାରେ କ୍ୟାମ୍ପ କରି ଗିରଫ ହୋଇଥିବା ଅଭିଯୁକ୍ତଦ୍ବୟ ହେଲେ ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଯାଦବପୁରର ସାଇକତ୍‌ ପାଉଲ୍‌(୨୭) ଓ ଗାଲ୍‌ସିର ଆନନ୍ଦ ରୁଇଦାସ(୪୦)। ମୁଖ୍ୟ ଅଭିଯୁକ୍ତ ରାଜୁ ଦତ୍ତ ଫେରାର ହୋଇଯାଇଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ସାରା ଭାରତରେ ହେଉଥିବା ଅନେକ ଠକେଇରେ ଏମାନଙ୍କ ସମ୍ପୃକ୍ତି ଥିବା ଆମେ ସନ୍ଦେହ କରୁଛୁ। ଆମେ ସେମାନଙ୍କ ବ୍ୟାଙ୍କ କାରବାର ଯାଞ୍ଚ କରୁଛୁ। ସେମାନଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସଞ୍ଜୀବ ଶତପଥୀ କହିଛନ୍ତି।

ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪ ଲକ୍ଷ ଟଙ୍କାକୁ ପୁଲିସ ଫ୍ରିଜ୍ କରିଦେଇଛି। ବାକି ଟଙ୍କା ଆକାଉଣ୍ଟରୁ ଉଠାଇ ନେଇଛନ୍ତି।

 

Comments are closed.