କଟକ: କଟକରେ ରବିବାର ଦିନ ୨୭ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧,୨୧୧ରେ ପହଞ୍ଚିଛି।
ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ ।
ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ କଟକ ମହାନଗର ନିଗମ (ସିଏମସି)ରୁ-୧୬, ଟାଙ୍ଗି-(୪), ବାଙ୍କି (୩), ସାଲେପୁର, ବଡମ୍ବା, କଣ୍ଟପଡା, ବାରଙ୍ଗ (ଏନଡିଆରଏଫ୍)ରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଅଧିକ ପଢନ୍ତୁ: ଓଡିଶାରେ ଆଉ ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ
ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୩୨୫ଟି ସକି୍ରୟ ମାମଲା ରହିଥିବା ବେଳେ ୮୭୫ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୮ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି ।
Comments are closed.