Latest Odisha News

BREAKING NEWS

ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର: ଓଡିଶାରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସଫଳ ହୋଇଛି ପ୍ଲାଜମା ଥେରାପି । ବର୍ତ୍ତମାନ ପ୍ଲାଜମା ଥେରାପିରେ ଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଦେଇଛି । ସେମାନେ ପୂର୍ବରୁ ଅମ୍ଲଜାନ ସହାୟତା ଆବଶ୍ୟକ କରୁଥିଲେ, ହେଲେ ପ୍ଲାଜମା ଥେରାପି ପରେ ସେମାନଙ୍କ ଆଉ ଅମ୍ଳଜାନ ଦରକାର ପଡୁନି । ଏପରିକି ଖୁବଶୀଘ୍ର ସେମାନେ ଡିସଚାର୍ଜ ହେବେ । ଅନ୍ୟ ୨ ରୋଗୀଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ଠାରୁ ମୋଟ ୮ ୟୁନିଟ୍ ପ୍ଲାଜମା ସଂଗ୍ରହ କରାଯାଇଛି । ତାମଧ୍ୟରୁ ୬ଟି ପ୍ଲାଜମାର ବ୍ୟବହାର ହୋଇସାରିଛି । ସମ୍ କୋଭିଡ ହସପିଟାଲରେ ୨ଜଣ ଏବଂ ଅଶ୍ୱିନୀ କୋଭିଡ ହସପିଟାଲରେ ୨ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଦ୍ୱାରା ଚିକିତ୍ସା କରାଯାଇଛି । ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ପ୍ଲାଜମା ଥେରାପି ଆରମ୍ଭ ହୋଇଛି । କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.