Latest Odisha News

BREAKING NEWS

ପୁରୀରୁ ଜବତ ହେଲା ୨୭୩ ଗ୍ରାମ ବ୍ରାଉନସୁଗାର; ୪ ଅଟକ

ପୁରୀ: ପୁରୀ ପୋଲିସକୁ ସଫଳତା । ରବିବାର ରାତିରେ ଚନ୍ଦନପୁର ଥାନା ପୋଲିସ ୨୭୩ ଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳ ହୋଇଛି। ଏହାସହ ୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା ସୂଚନା ରହିଛି।

ଆହୁରି ମଧ୍ୟ କୁମ୍ଭାରପଡା ଥାନା ପୋଲିସ ୨୫୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବ ସୂଚନା ମିଳିଛି। ଏଥିରେ ସମ୍ପୃକ୍ତ ୨ ଦମ୍ପତିଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଗିରଫ ବ୍ୟକ୍ତିମାନେ ହେଉଛନ୍ତି ପୁରୀ ନରେନ୍ଦ୍ରକୋଣ ମଙ୍ଗଳାସାହିର ରବିଚରଣ ମହାନ୍ତି ଓ ତାଙ୍କ ପତ୍ନୀ ଲଷ୍ମୀ ଦେଇ, ରାମିନି ମଲିକ, ଗଞ୍ଜାମ ବୁଗୁଡ଼ା ଥାନା ଅନ୍ତର୍ଗତ ଲୋକନାଥପୁରର ସଂଗ୍ରାମ କେଶରୀ ବିଶୋଇ ଓ ବ୍ରହ୍ମପୁର ବଡବଜାର ଗେଟ ବଜାର କଲୋନୀର ଶିବାନନ୍ଦ ବେହେରା ।ସେମାନଙ୍କ ଠାରୁ ଗୋଟିଏ କାର, ଗୋଟିଏ ମୋଟର ସାଇକେଲ ଜବତ କରିବା ସହ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.