Latest Odisha News

ଚଳିତ ଦୀପାବଳିରେ ବଢ଼ିଛି ମାଟିଦୀପର ଚାହିଦା; ଜୋରସୋରରେ ଆଗେଇ ଚାଲିଛି ଦୀପକାରିଗଙ୍କ ପ୍ରସ୍ତୁତି

ଭୁବନେଶ୍ୱର: ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୀପାବଳୀରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ରୋକ ଲଗାଇବା ସହ ପାରମ୍ପରିକ ରୀତିରେ ଦୀପ ଜାଳି ଦୀପାବଳି ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିର୍ଦେଶ ରହିିଛି୍ । ଆଉ ଏନେଇ ଲୋକଙ୍କ ମଧ୍ୟରେ ମାଟି ଦୀପ କିଣାକୁ ନେଇ ଆଗ୍ରହ ପ୍ରକାଶ ପାଇଛି । ଲୋକଙ୍କ ମଧ୍ୟରେ ମାଟି ଦୀପର ଚାହିଦା ଦେଖି ଚଳିତ ବର୍ଷ ଭଲ ଦି’ପଇସା ରୋଜଗାର ହେବାର ସମ୍ଭାବନା କୁ ଦେଖି କୁମ୍ଭାର ପରିବାରରେ ବେଶ୍ ଖୁସି । କୁମ୍ଭାର ପରିବାର ମାନେ ଅନ୍ୟ କାର୍ଯ୍ୟ ଛାଡି କେବଳ ଦୀପ ତିଆରି କରିବାରେ ବ୍ୟସ୍ତ ହୋଇପଡିଛନ୍ତି ।

ଦେଶରେ ଗୋଟିଏ ପଟେ ଚାଇନା ବସ୍ତୁକୁ ବର୍ଜନ କରିବା ଆହ୍ଵାନ ଯୋଗୁଁ ମାଟି ଦୀପ ର ଚାହିଦା ବଢିବାରେ ଲାଗିଛି । ମାଟି ଦୀପର ଚାହିଦା ବଢୁଥିବା ଦେଖି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗାଁର କୁମ୍ଭକାର ପରିବାର ବେସ ଉଶ୍ଚାହିତ ହୋଇପଡିଛନ୍ତି । ଏଠାକାର ସମସ୍ତ କୁମ୍ଭାର ପରିବାର କେବଳ ଦୀପ ନିର୍ମାଣ କରିବାରେ ବ୍ୟସ୍ତ ହୋଇପଡିଛନ୍ତି । ଆଉ ଏଥିରୁ ବେସ ଦି, ପଇସା ଲାଭ ଉଠାଇବା ପାଇଁ ସେମାନେ ଦିନରାତି ଏକ କରି କେବଳ ଦୀପ ତିଆରି କରିବାରେ ବ୍ୟସ୍ତ ହୋଇପଡିଛନ୍ତି ।

କୁମ୍ଭାର ପରିବାରଙ୍କ ଘରେ କେବଳ ଦୀପ ନିର୍ମାଣ ଏବଂ ତାକୁ ପୋଡିବା ସହ ବିଭନ୍ନ ରଙ୍ଗର ଦୀପ ପ୍ରସ୍ତୁତି ଚାଲିଛି । ପୂର୍ବରୁ ଏଭଳି ଦୀପ ବିକ୍ରି ହେଉଥିବାବେଳେ କିଛି ବର୍ଷ ହେବ ମାଟି ଦୀପର ଚାହିଦା କମିଯାଇଥିଲା ଯାହା ଫଳରେ ସେମାନେ କ୍ଷତି ସହୁଥିଲେ । କିନ୍ତୁ ଏବର୍ଷର ନିଷେଧାଦେଶ ସେମାନକ କୌଳିକ ବୃତିକୁ ପୁଣିଥରେ ଯେମିତି ଜୀବନ୍ତ କରି ପାରିଛି ।

Leave A Reply

Your email address will not be published.