Latest Odisha News

BREAKING NEWS

ରଥଯାତ୍ରା ସମୟରେ ପୁରୀକୁ ଜଗିବ ୨୭୫ AI କ୍ୟାମେରା

ପୁରୀ: ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସମୟରେ ପୁରୀ ସହରକୁ ୨୭୫ଟି AI କ୍ୟାମେରା ଜଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ । ଏଥିସହିତ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଡିଜି କହିଛନ୍ତି ।

ସେହିପରି, ରଥଯାତ୍ରା ସମୟରେ ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ । କୁଇକ୍‌ ରେସପନ୍ସ ଟିମ୍‌ ଓ ଡ୍ରୋନ୍‌ର ସହାୟତା ମଧ୍ୟ ନିଆଯିବ । ସମୁଦ୍ର ତଟରେ କୋଷ୍ଟ ଗାର୍ଡ ମୁତୟନ ହେବେ । ୬୯ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୬୪ଟି ଆମ୍ବୁଲାନ୍ସ, ୨୬୫ ସ୍ବତନ୍ତ୍ର ବେଡ୍‌ ବ୍ୟବସ୍ଥା କରାଯାଇଛି ବୋଲି ଖୁରାନିଆ କହିଛନ୍ତି ।

ଏଥିସହିତ ୩୭୮ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ରହିବେ । ଏମ୍ସର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ ବୋଲି ଖୁରାନିଆ ସୂଚନା ଦେଇଛନ୍ତି ।

Comments are closed.