Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୮୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୮୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

BjdElectrycity

ସୁସ୍ଥ ହୋଇଥିବା ୨୭୮୭ ଜଣଙ୍କ ମଧ୍ୟରୁ ୧୧୪୫ ଜଣ ଖୋର୍ଦ୍ଧା, ୨୩୦ ଜଣ କଟକରୁ, ୧୯୨ ଜଣ ପୁରୀରୁ, ୧୫୩ ଜଣ ମୟୁରଭଞ୍ଜରୁ, ୧୧୫ ଜଣ ଗଞ୍ଜାମରୁ, ୭୮ ଜଣ ବାଲେଶ୍ୱରରୁ, ୭୬ ଜଣ କେନ୍ଦୁଝରରୁ, ୭୫ ବରଗଡରୁ, ୬୮ ଜଣ ଯାଜପୁରରୁ, ୬୮ ଜଣ କୋରାପୁଟରୁ, ୬୪ ଜଣ ଜଗତସିଂହପୁରରୁ, ୬୨ ଜଣ ସମ୍ବଲପୁରରୁ, ୫୪ ଜଣ ଭଦ୍ରକରୁ, ୫୦ ଜଣ ଝାରସୁଗୁଡାରୁ, ୪୫ ଜଣ ନବରଙ୍ଗପୁରରୁ, ୪୧ ଜଣ ମାଲକାନଗିରିରୁ, ୩୬ ଜଣ ସୋନପୁର, ୩୫ ଜଣ ଢେଙ୍କାନାଳରୁ, ୨୮ ଜଣ ବଲାଙ୍ଗିରରୁ, ୨୮ ଜଣ କନ୍ଧମାଳରୁ, ୨୫ ଜଣ ନୂଆପଡାରୁ, ୨୩ ଜଣ ସୁନ୍ଦରଗଡରୁ, ୧୮ ଜଣ କଳାହାଣ୍ଡିରୁ, ୧୮ ଜଣ ରାୟଗଡାରୁ, ୧୭ ଜଣ ଗଜପତିରୁ, ୧୫ ଜଣ କେନ୍ଦ୍ରାପଡାରୁ, ୧୨ ଜଣ ନୟାଗଡରୁ, ୯ ଜଣ ଅନୁଗୁଳରୁ, ଓ ୭ ଜଣ ବୌଦ୍ଧରୁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୦୨,୧୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Leave A Reply

Your email address will not be published.