Latest Odisha News

BREAKING NEWS

ସୁସ୍ଥ ଆଖି ପାଇଁ ନିଅନ୍ତୁ ଏଭଳି ଯତ୍ନ

ଭୁବନେଶ୍ୱର: ଆଜିକାର ସମୟରେ ଅନେକ ବ୍ୟକ୍ତି ମୋବାଇଲ ଓ ଲାପଟପରେ ଅଧିକ ସମୟ ବିତାଉଥିବା ଜଣାପଡିଛି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ ।

ଯେଉଁଥିପାଇଁ ଆଖି ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ କିପରି ଭାବେ ଆଖିର ଯତ୍ନ ନେବେ…

କମ୍ପ୍ୟୁଟର କିମ୍ବା ଲାପଟପ୍ ଠାରୁ ସଠିକ୍ ଦୂରତା ରଖନ୍ତୁ- ସବୁଠାରୁ ଜରୁରୀ ହେଉଛି ସଠିକ୍ ଆଲୋକରେ ବସି କାର୍ଯ୍ୟ କରିବା । ସେ କମ୍ପ୍ୟୁଟର ହେଉ ବା ବହି ପଢିବା ବେଳେ ହେଉ ଉପଯୁକ୍ତ ଦୂରତା ନ ରଖଇଲେ ଏହାର କୁ ପ୍ରଭାବ ଆଖି ଉପରେ ପଡିଥାଏ ।

ଆଖିରେ ସବୁବେଳେ ହାତ ମାରନ୍ତୁ ନାହିଁ- ଅନେକ ସମୟରେ ଧୂଳି ସଂପର୍ଶରେ ଆସି ଆଖି ଜଳିବା, ଲାଲ୍ ପଡିବା, କୁଣ୍ଡେଇ ହେବା, ଧୂଆଁଳିଆ ଦେଖାଯିବା ଏବଂ ଆଖିରୁ ବେଳେ ପାଣି ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ । ଏଭଳି ସମସ୍ୟା ହେଉଥିଲେ ନିୟମିତ ରୂପେ ଆଖିକୁ ପ୍ରତିଦିନ ୩-୪ ଥର ଥଣ୍ଡା ପାଣିରେ ଧୁଅନ୍ତୁ ।

ମୋବାଇଲ ଓ କମ୍ପ୍ୟୁଟର ଭଳି ଇଲେକ୍ଟ୍ରୋନିକ୍ସ ଗାଜେଟ୍ ଅଧିକ ସମୟ ଦେଖନ୍ତୁ ନାହିଁ- କମ୍ପ୍ୟୁଟର କିମ୍ବା ମୋବାଇଲ ଫୋନ୍ ଅବିରତ ଦେଖନ୍ତୁ ନାହିଁ । ମଝିରେ ମଝିରେ ଆଖିକୁ ଟିକେ ବିଶ୍ରାମ ଦିଅନ୍ତୁ ।

ବ୍ୟାୟମ- ଏପରିକି ଆପଣ ଚାହିଁଲେ କିଛିଟା ଆଖି ସମ୍ବନ୍ଧୀୟ ବ୍ୟାୟମ ମଧ୍ୟ କରିପାରିବେ ।

Leave A Reply

Your email address will not be published.