ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍-ରୁଷ୍ ଯୁଦ୍ଧ ଭିତରେ ବଳି ପଡୁଛନ୍ତି ସାଧାରଣ ନାଗରିକ । ଅକାଳରେ ଜୀବନ ଯାଉଛି । ଏଯାଏ ଯୁଦ୍ଧରେ ୟୁକ୍ରେନରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି । ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ରୁଷ୍ ।
ଏହାରି ଭିତରେ ରୁଷ ସେନାର ମିସାଇଲ୍, ରକେଟ ଓ ଗୁଳିମାଡ଼ରେ ୨୮ ଜଣ ଶିଶୁ ମୃତ୍ୟୁବରଣ କଲେଣି । ୮୪୦ରୁ ଅଧିକ ଶିଶୁ ଆହତ ହେଲେଣି । ଏନେଇ ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ୟୁକ୍ରେନର ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ଓଲେସ୍କି ଡାନିଲୋଭ କହିଛନ୍ତି, ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରା ନଯାଉ । ୟୁକ୍ରେନର ମହିଳା ଓ ଶିଶୁଙ୍କୁ ରୁଷ୍ ଦୂରେଇ ରଖିବା ଆବଶ୍ୟକ । ୨୪ ତାରିଖରୁ ୟୁକ୍ରେନ ଭୂଖଣ୍ଡର ଆତଙ୍କ ଖେଳାଉଛି ରୁଷ୍ ସେନା । ଭୟରେ ଏଯାଏ ୧୨ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ସାରିଲେଣି ।
Comments are closed.