Latest Odisha News

BREAKING NEWS

ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଦିଲ୍ଲୀ : ଆଜି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀ ପ୍ଲାଇଙ୍ଗ୍ କ୍ଲବରେ ବିଜୁ ବାବୁଙ୍କ ଜୟନ୍ତି ପାଳନ ହୋଇଯାଇଛି । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ଅଧ୍ୟକ୍ଷ ଡ. ବିବିଏଲ୍ ମଧୁକରଙ୍କ ସଭାପତିତ୍ୱରେ ଏହା ପାଳନ କରାଯାଇଛି । ବିଜୁ ବାବୁଙ୍କ ଜୟନ୍ତିକୁ କ୍ଲବ ପକ୍ଷରୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ରୂପେ ପାଳନ କରାଯାଇଛି ।

BjdElectrycity

ଏହି ଅବସରରେ ବିମାନ ଚାଳନାରେ ଦକ୍ଷ ପାଇଲଟଙ୍କୁ ସମ୍ବାନୀତ କରାଯାଇଥିଲା ।ସୂଚନା ଅନୁସାରେ ୧୯୩୦ ମସିହାରେ ବିଜୁବାବୁ ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଓ ପାଇଲଟ ଲାଇସେନ୍ସ ହାସଲ କରିଥିଲେ । ଏନେଇ ପ୍ରତିବର୍ଷ ବିଜୁ ଜୟନ୍ତୀଙ୍କୁ ଭାରତୀୟ ପାଇଲଟ ଦିବସ ରୂପେ ମଧ୍ୟ ପାଳନ କରାଯାଏ । ୧୯୦୧ ମସିହାରେ ଫ୍ଲାଇଙ୍ଗ କ୍ଲବ ସ୍ଥାପନା ହୋଇଥିଲା ।

Comments are closed, but trackbacks and pingbacks are open.